Below header

ଲୋକଙ୍କୁ ଆଶ୍ଚର୍ଯ୍ୟ କଲା କୁକୁର-ମାଙ୍କଡ ବନ୍ଧୁତା, ଆପଣ ବି ଥରେ ଦେଖନ୍ତୁ

ଆପଣ ଅନେକ ବନ୍ଧୁତା ଦେଖିଥିବେ। ତେବେ ପଶୁ ପକ୍ଷୀ ମାନଙ୍କ ବନ୍ଧୁତା ଟିକେ ନିଆରା, ଯାହା ଦେଖିବାକୁ ଭାରି ଭଲ ଲାଗେ। ଆପଣ ଦେଖିଥିବେ ଗାଁକୁ ମାଙ୍କଡ ପଶିଆସିଲେ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଭିଡ ଜମାଇ ଦେଖନ୍ତି। କିନ୍ତୁ ଏହି ସମୟରେ ଗାଁର ବୁଲା କୁକୁର ମାଙ୍କଡମାନଙ୍କୁ ତିଳେ ହେଲେ ଗାଁରେ ରହିବାକୁ ଦିଅନ୍ତିନି। ଭୁକି ଭୁକି ଗୋଡାଇ ଗୋଡାଇ ମାଙ୍କଡମାନଙ୍କୁ ଏକଦମ୍‌ ବେଦମ୍‌ କରିଦିଅନ୍ତି। ଯାହାଫଳରେ ମାଙ୍କଡମାନେ ଭୟରେ ଗାଁ ଛାଡି ପଳାନ୍ତି।

monkeyକିନ୍ତୁ ଏଠି ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା। ଭୁକିବା କାମୁଡିବା ତ ଛାଡନ୍ତୁ ଦୁହେଁ ଦୁହିଁଙ୍କ ସହିତ ଖେଳ କୁଦରେ ମାତିଛନ୍ତି ମାଙ୍କଡ ଏବଂ କୁକୁର। ବିଶ୍ୱାସ କରନ୍ତୁ ଆପଣ ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିକୁ ବି ବିଶ୍ୱାସ କରିପାରିବେନି। ଆଉ ଏ ଦୃଶ୍ୟ ଏମିତି ଯେ ଯିଏ ଦେଖିବ ଆଖି ଲାଖିଯିବ। ତେବେ ଏଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ବ୍ଲକ ଜଳଙ୍ଗ ଠାରେ। କୁକୁର ଏବଂ ମାଙ୍କଡଙ୍କ ଏହି ଖେଳକୁଦକୁ ବହୁତ ସମୟ ଧରି ସ୍ଥାନୀୟ ଲୋକେ ଉପଭୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.