ଓଡିଶା ସମେତ ବାହାର ରାଜ୍ୟରୁ ସାନ୍ତାଳୀ ସମ୍ପ୍ରଦାୟ ଆସି ଏଠି ପିତୃ ପୁରୁଷଙ୍କୁ କରନ୍ତି ପିଣ୍ଡଦାନ

କରଞ୍ଜିଆ(କେ ନ୍ୟୁଜ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ନିକଟରେ ଥିବା ସ୍ବତୀ ଘାଟରେ ୪ ଟି ରାଜ୍ୟର ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଆସିଥିଲେ । ସାନ୍ତାଳୀ ସମ୍ପ୍ରଦାୟର ଲୋ କମାନଙ୍କ ବିଶ୍ୱାସ ଯେ ଆଜିର ଦିନରେ ଓଡ଼ିଶାର ଗଙ୍ଗା ଭାବେ ଜଣା ବୈତରଣୀ ନଦୀକୂଳରେ ଅସ୍ତି ବିସର୍ଜନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଖାସ ସେଇଥିପାଇଁ ହିଁ ପ୍ରତ୍ୟେକ ବର୍ଷ ଓଡିଶା ସମେତ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ପରି ରାଜ୍ୟ ମାନଙ୍କରୁ ହଜାର ହଜାର ସଂଖ୍ୟକ ଲୋକ ଏଠାକୁ ଆସିଥାନ୍ତି ।

bhimkunda

ଏହି ଦିନ ପିତୃପୁରୁଷଙ୍କୁ ବାଲିରେ ପୂଜାର୍ଚ୍ଚନା କରିବା ସହିତ ପିଣ୍ଡଦାନ କରାଯାଇଥାଏ । ସାନ୍ତାଳୀ ସମ୍ପ୍ରଦାୟ ଲେକମାନେ ନିଜ ନିଜ ପାରମ୍ପରିକ ପୋଷାକ ପିନ୍ଧି ହିଁ ପୂଜା ବିଧି କରିଥାନ୍ତି । ଓଡ଼ିଶାର ଗଙ୍ଗା ଭାବେ ଜଣା ଯାଉଥିବା ବୈତରଣୀ ନଦୀରେ ପିଣ୍ଡଦାନ କରିବା ପରେ ଏଠାକାର ମାରାଙ୍ଗବୁରୁ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ଆଇନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.