୯୦ ଟଙ୍କା ପାଇଁ ଯୁବକଙ୍କୁ ଇଟାରେ ଛେଚି ହତ୍ୟା ଘଟଣା: ଦେଢ ମାସ ପରେ ଅଭିଯୁକ୍ତଙ୍କୁ ଧରିଲା ସମ୍ବଲପୁର ପୋଲିସ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ସୁନାପାଲି ଅଞ୍ଚଳରେ ଗତ ଡିସେମ୍ବର ୬ରେ ହୋଇଥିବା ହତ୍ଯା କାଣ୍ଡରେ ସମ୍ବଲପୁର ପୋଲିସକୁ ବଡ ସଫଳତା। ଦେଢ଼ ମାସପରେ ହତ୍ଯାକାଣ୍ଡର ପର୍ଦ୍ଦାଫାଶ କରିଛି ଧନୁପାଲି ପୋଲିସ । ଗତ ଡିସେମ୍ବର ୬ ତାରିଖରେ ଖେତିପଡାର ମହମ୍ମଦ ଅଫତାଫକୁ ହତ୍ଯା କରି ଦୁର୍ବୃତ୍ତ ଏକ ପୋଖରୀ ନିକଟରେ ଫୋଫାଡି ପଳାଇଥିଲେ। ଦୀର୍ଘ ଦେଢ ମାସର କସରତ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

sambal pur

ତେବେ ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରିଛନ୍ତି। ଟଙ୍କା ପଇସା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ୫  ତାରିଖ ରାତିରେ ଅଫତାବ ଘରକୁ ଫେରୁଥିବା ବେଳେ ଅଜୟ ଏବଂ ରାକେଶ ସହ ଝଗଡା ହୋଇଥିଲା। ଘଟଣା ଦିନ ଅଭିଯୁକ୍ତ ଅଜୟ ମୁଣ୍ଡା ଓ ରାକେଶ ଖମାରି ଇଟାରେ ଅଫତାଵର ମୁଣ୍ଡ ଏବଂ ମୁହଁରେ ଛେଚି ହତ୍ୟା କରି  ଅଫତାଵର ପ୍ୟାଣ୍ଟ ପକେଟରୁ ୯୦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ୪ ଟି ଟିମ ଗଠନ କରିଥିଲା ଓ  ଆଜି ସଫଳ ହୋଇଥିବାର ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.