ସୁନ୍ଦରଗଡ଼: ସ୍କୁଲରେ ଚିକେନ ଖାଇବା ପଡିଲା ମହଙ୍ଗା, ସସପେଣ୍ଡ ହେଲେ ବଣାଇ ବିଇଓ ବିନୟ ପ୍ରକାଶ ସଏ

ସୁନ୍ଦରଗଡ଼(କେନ୍ୟୁଜ୍):  ସ୍କୁଲରେ ଚିକେନ ଖାଇବା ପଡିଲା ମହଙ୍ଗା । ସସପେଣ୍ଡ ହେଲେ ବଣାଇ ବିଇଓ ବିନୟ ପ୍ରକାଶ ସଏ । ଗତ ୩ ତାରିଖରେ ବଣାଇ ବିଇଓ ବିନୟ ପ୍ରକାଶ ସଏ ତିଲେଇମାଲ ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ସେଠାରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ଛାତ୍ରଛାତ୍ରୀ ଭାତ-ଡାଲମା ଖାଇଥିବା ବେଳେ ବିଓଇ ସୁଆଦିଆ ଖାଦ୍ୟ ଖାଇଥିଲେ । ବିଇଓଙ୍କୁ ଭାତ ସହ ଡାଲି, ଚିକେନ୍‌, ତରକାରୀ ଓ ସାଲଡ ପରଷାଯାଇଥିଲା । ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.