ବ୍ରହ୍ମପୁର: ଅର୍ଦ୍ଧନିର୍ମିତ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ

ବ୍ରହ୍ମପୁର: (କେନ୍ୟୁଜ): ଅର୍ଦ୍ଧନିର୍ମିତ ଘରୁ ଗଞ୍ଜେଇ ଜବତ । ବ୍ରହ୍ମପୁର ଆଙ୍କୁଲି ଜାତୀୟ ରାଜପଥ ନିକଟ ଏକ ଅର୍ଦ୍ଧିନିର୍ମିତ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ରାଇପଙ୍କା ଓ ଅଡ଼ବା ଅଂଚଳର ଦୁଇ ଯୁବକ ଗଞ୍ଜେଇ ବେପାର କରୁଥିବା ଖବରପାଇ ଚଢଉ ହୋଇଥିଲା ।

ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଆଉ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏମାନେ ଗଜପତିରୁ ଗଞ୍ଜେଇ ଆଣି ଉତ୍ତରପ୍ରଦେଶ ପଠାଇବାକୁ ଯୋଜନା କରିଥିଲେ । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.