ଭଦ୍ରକ: ହୃଦଘାତରେ ଭଦ୍ରକ ବିଡ଼ିଓଙ୍କ ମୃତ୍ୟୁ। ଭଦ୍ରକ ବିଡ଼ିଓ ହେଉଛନ୍ତି ଦାମୋଦର ଖୁଣ୍ଟିଆ। ସେ ଗତ ଏକ ବର୍ଷ ହେବ ଭଦ୍ରକ ବିଡ଼ିଓ ଭାବେ ଦାୟିତ୍ୱ ତୁଲାଉଥିଲେ। ଗତକାଲି ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୫୬ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବରପାଇ ଭଦ୍ରକ ବିଧାୟକ, ଜିଲ୍ଲପାଳ,ପିଡି,ଉପଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଶୋକ ବ୍ଯକ୍ତ କରିଛନ୍ତି।