ବୀଭତ୍ସ ହତ୍ୟାକାଣ୍ଡ: ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର

ଝାରସୁଗୁଡା: ବୀଭତ୍ସ ହତ୍ୟାକାଣ୍ଡ । ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର । ସୁନ୍ଦରଗଡ ସୀମାନ୍ତ ଗ୍ରୀଣ୍ଡୋଲା ନିକଟରେ ଯୁବକଙ୍କ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ ।

ଯୁବକଙ୍କୁ ହତ୍ୟା ପରେ ତାଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିବା ଅନୁମାନ କରୁଛି ପୋଲିସ । ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ଲଖନପୁର ପୋଲିସ । ଘଟଣାସ୍ଥଳରେ ପହଂଚିଛନ୍ତି ବ୍ରଜରାଜନଗର ଏସ୍‌ଡିପିଓ । ସାଇଣ୍ଟିଫିକ୍‌ ଟିମ୍‌ ପହଂଚିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.