ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି: ଚାନ୍ଦବାଲିର ଧାମରା ଓ ବାସୁଦେବପୁର ବ୍ଲକରେ ହାଇଆଲର୍ଟ ଜାରି

ଚାନ୍ଦବାଲି: ଆଜିଠୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜଗତସିଂହପୁର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଏନେଇ ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ୪ ଜିଲ୍ଲା ସହ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

rainfallତେବେ ଏହି ପରିପେକ୍ଷୀରେ ବାତ୍ୟା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ଚାନ୍ଦବାଲି ବ୍ଲକର ଧାମରା ଓ ବାସୁଦେବପୁର ବ୍ଲକରେ ହାଇଆଲର୍ଟ ଜାରି କରାଯାଇଛି । ଏବେଠାରୁ ସେବାରେ ପବନର ବେଗ ଅଧିକ ରହିଥିବାରୁ ଏହିସବୁ ଅଞ୍ଚଳକୁ ହାଇ ଆଲର୍ଟରେ ରଖିଛି ଜିଲ୍ଲା ପ୍ରଶାସନ। ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜିଲ୍ଲାର ଏହି ସବୁ ବ୍ଲକରେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ମୁତୟନ ହୋଇଛନ୍ତି। ଜିଲ୍ଲାର ୮ଟି ସ୍ଥାନରେ ଅଗ୍ନିଶମ ବାହିନୀ ରହିଥିବା ବେଳେ ସମ୍ବଲପୁର ଜୋନରୁ ୭ଟି ଟିମ ସେଠାରେ ଯାଇ ପହଞ୍ଚିଛନ୍ତି । ତେବେ ପ୍ରତିଟି ସ୍ଥିତିରେ କିଭଳି ମୁକାବିଲା କରିହେବ ସେନେଇ ସଜାଗ ରହିଥିବା କହିଛନ୍ତି ଡେପୁଟି ଫାୟାର ଅଫିସର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.