ଅଟୋବାଲା ହେବ ତ ଏମିତି, ନିଜ ବିବାହ ପାଇଁ ଜମା କରିଥିବା ୨ ଲକ୍ଷ ଟଙ୍କାରେ ପ୍ରବାସୀ ଶ୍ରମିକଙ୍କୁ ଦେଉଛନ୍ତି ଖାଦ୍ୟ

କୁହାଯାଏ ଯିଏ ପରୋପକାର କରେ ତାକୁ ଭଗବାନ ସାହାଯ୍ୟ କରନ୍ତି। ଆଉ ଯଦି ଜଣଙ୍କ ମନରେ ସାହାଯ୍ୟ କରିବାର ଇଚ୍ଛା ଜାଗ୍ରତ ହୁଏ ତେବେ ଭାବନ୍ତୁ ସେ ମଣିଷ କଣ ନକରିପାରିବେ। ଏଭଳି ଏକ ମହତ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜଣେ ଅଟୋ ଚାଳକ। ଯିଏ କି ନିଜ ବିବାହ ପାଇଁ ଜମା କରିଥିବା ଟଙ୍କାକୁ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଖୁଆଇବା ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ କରିଦେଇଛନ୍ତି।

autoସୂଚନା ଅନୁଯାୟୀ ୩୦ ବର୍ଷୀୟ ଅଟୋ ଚାଳକ ଅକ୍ଷୟ କୋଠୱଲେ ନିଜ ବିବାହ ପାଇଁ ଦୁଇ ଲକ୍ଷ ଟଙ୍କା ଜମା କରିଥିଲେ। କିନ୍ତୁ ଲକଡାଉନ କାରଣରୁ ତାଙ୍କ ବିବାହକୁ ସ୍ଥଗିତ କରିବାକୁ ପଡିଲା। ଏଥିପାଇଁ ସେ ବିବାହ ପାଇଁ ସଞ୍ଚୟ କରିଥିବା ଟଙ୍କାକୁ ଲୋକଙ୍କୁ ସାହାଯ୍ୟ କରିବାରେ ଲଗାଇଛନ୍ତି। ଏହାସହିତ ସେ ବୟସ୍କ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ମାଗଣାରେ ନିଜ ଗାଡ଼ିରେ ବସାଇ କ୍ଲିନିକ ପର୍ଯ୍ୟନ୍ତ ପହଂଚାଉଛନ୍ତି।

ଅଟୋ ଚାଳକ ଜଣଙ୍କ ନିଜ ପ୍ରତିକ୍ରିୟାରେ କହିଲେ, ମୁଁ ରାସ୍ତାରେ ଗଲାବେଳେ ଏମିତି ବହୁତ ଅସହାୟ ଲୋକଙ୍କୁ ଦେଖିଛି ଯେଉଁମାନେ ଗୋଟେ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। କେବଳ ଜୀବନ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ଏଥିପାଇଁ ସେ ଏଭଳି ଅସହାୟ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.