Below header

ୟୁପି, ମହାରାଷ୍ଟ୍ର ପରେ ବିହାରରେ ଟ୍ରକ ଓ ବସ୍‌ ମୁହାମୁହିଁ ଧକ୍କା, ୯ ପ୍ରବାସୀ ଶ୍ରମିକ ମୃତ

ପାଟନା: ବିହାରର ଭାଗଲପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କ ନେଇଯାଉଥିବା ଏକ ବସ ଓ ଏକ ଟ୍ରକ୍ ମଧ୍ୟରେ ନାଉଗାଚିଆରେ ମୁହାଁମୁହିଁ ଧକ୍କା ହେବା ଫଳରେ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ କହିବାନୁସାରେ, ଟ୍ରକରେ ବହୁ ସଂଖ୍ୟାରେ ଶ୍ରମିକମାନେ ଥିଲେ |

ବସ୍ ସହିତ ଧକ୍କା ହେବା ପରେ ଟ୍ରକଟି ଓଲଟି ପଡ଼ି ଗାତରେ ପଡ଼ିଯାଇଥିଲା | ଯାହାଫଳରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ମହାରାଷ୍ଟ୍ରର ସୋଲାପୁରରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ରାଜ୍ୟ ପରିବହନ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.