ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା, ବାତ୍ୟା ପାଇଁ ସ୍ଥଗିତ ହେଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ମାଟ୍ରିକ୍‌ ଖାତା ଦେଖାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି । ଆଗକୁ ବାତ୍ୟା ଆସିବାର ଆଶଙ୍କା ଥିବାରୁ ମାଟ୍ରିକ ଖାତାଦେଖାକୁ ସ୍ଥଗିତ ରଖାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖାତାଦେଖା କେବେ କରାଯିବ ସେନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । କହିରଖିବା ଉଚିତ ହେବକି, ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମେ ୨୦ ବଦଳରେ ୨୧ରୁ ମାଟ୍ରିକ୍‌ ଖାତାଦେଖା ଆରମ୍ଭ ହେବା ନେଇ ଯୋଜନା ପ୍ରସ୍ତୁତ ହୋଇ ଥିଲା । କିନ୍ତୁ ଗତ କାଲିର ବୈଠକ ପରେ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ହୋଇଛି ।

matric

ଲୋକ ସେବା ଭବନରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ନିଷ୍ପତ୍ତି ନିଆଯାଇଥିଲା । ଖାଲି ସେତିକି ନୁହେଁ ଏକକାଳୀନ ସମସ୍ତ ୬ଟି ଯାକ ବିଷୟର ମୂଲ୍ୟାୟନ ନକରି ୩ଟି ଲେଖାଏଁ ବିଷୟର ମୂଲ୍ୟାୟନ ପର୍ଯ୍ୟାୟକ୍ରମେ କରାଯିବାକୁ ଧାର୍ଯ୍ୟ ହୋଇଛି । ଯାହାଦ୍ବାରା ସାମାଜିକ ଦୂରତା ରକ୍ଷା କରାଯାଇ ପାରିବ। କହି ରଖିବା ଉଚିତ ହେବକି, ମାର୍ଚ୍ଚ ପ୍ରଥମ ସପ୍ତାହରୁ ମାଟ୍ରିକ ପରୀକ୍ଷା ସରିଥିଲେ ମଧ୍ୟ କରୋନା ମହାମାରୀ କାରଣରୁ ଖାତା ଦେଖାକୁ ଅନେକ ଥର ସ୍ଥଗିତ ରଖାଯାଇ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.