ସନ୍ଧ୍ୟା ହେଲେ ଜମୁଛି ଭାଗବତ ଟୁଙ୍ଗିର ଆସର, ଗାଁ ଲୋକଙ୍କ ଦ୍ୱାରା ଆୟୋଜିତ ହେଲା ଭାଗବତ ସପ୍ତାହ

ସାମାଜିକ ଶୃଙ୍ଖଳା ଦିନକୁ ଦିନ ଭାଙ୍ଗି ଭାଙ୍ଗି ଯାଉଛି । କିନ୍ତୁ ଆଧୁନିକ ସମୟରେ ବି କାକଟପୁର ନିକଟ ମହାଦେବବସ୍ତ ଗାଁ ଲୋକଙ୍କ ଦ୍ବାରା ଭାଗବତ ସପ୍ତାହ ଆୟୋଜନ କରାଯାଇଛି । ଭାଗବତ କଥାକୁ ଏହି ଗାଁର ଲୋକମାନେ ଶୁଣିବା ସହିତ ଆଧ୍ୟାତ୍ମିକ ଚେତନାରେ ବୁଡ଼ି ଯାଇଥିଲେ ।

କାକଟପୁର (କେନ୍ୟୁଜ): ‘ଭାଗବତ ‘ଏହା ଏକ ଗ୍ରନ୍ଥ ନୁହେଁ ଏହା ହେଉଛି ଓଡିଆ ଜାତିର ସ୍ପନ୍ଦନ । ଜଗନ୍ନାଥ ମହାପ୍ରଭୁ ଓଡିଆ ଜାତିର ପ୍ରାଣ ହୋଇଥିବା ବେଳେ ସରଳ ଓଡିଆ ମଣିଷ ମାନଙ୍କର ଭାଗବତ ହେଉଛି ମହାପ୍ରସାଦ । ଯଦି ଆମେ କିଛି ବର୍ଷ ପଛକୁ ଫେରିଯିବା ତେବେ ସେ ସମୟରେ ପ୍ରତି ଗାଁରେ ଭାଗବତ ଟୁଙ୍ଗି ମାନ ଥିଲା । ସାଧାରଣ ଓଡିଆ ମଣିଷ ଟିଏ ଦିନସାରା ନିଜର କର୍ମ ସାରି ସଞ୍ଜ ହେଲେ ହାତ ଗୋଡ ଧୋଇ ପହଞ୍ଚି ଯାଉଥିଲା ଗାଁ ମୁଣ୍ଡରେ ଥିବା ଭାଗବତ ଟୁଙ୍ଗିକୁ । ସେଠାରେ ଆରମ୍ଭ ହେଉଥିଲା ଭାଗବତ ପାଠ । କିନ୍ତୁ ଆଜିର ପାଶ୍ଚାତ୍ୟ ସମାଜରେ ଭାଗବତ ଟୁଙ୍ଗି ଆଉ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ଆଜିର ଆଧୁନିକ ସମାଜର ମଣିଷ ମାନେ ବିସୃଙ୍ଖଳିତ ହୋଇ ପଡିଥିବା ବେଳେ ଧର୍ମଧାରଣା, ଶୃଙ୍ଖଳିତ ଜୀବନ ଶୈଳୀ ଠାରୁ ଅନେକ ଦୂରରେ । ଯାହା ଦ୍ବାରା ସାମାଜିକ ଶୃଙ୍ଖଳା ଦିନକୁ ଦିନ ଭାଙ୍ଗି ଭାଙ୍ଗି ଯାଉଛି । କିନ୍ତୁ ଆଧୁନିକ ସମୟରେ ବି କାକଟପୁର ନିକଟ ମହାଦେବବସ୍ତ ଗାଁ ଲୋକଙ୍କ ଦ୍ବାରା ଭାଗବତ ସପ୍ତାହ ଆୟୋଜନ କରାଯାଇଛି । ଭାଗବତ କଥାକୁ ଏହି ଗାଁର ଲୋକମାନେ ଶୁଣିବା ସହିତ ଆଧ୍ୟାତ୍ମିକ ଚେତନାରେ ବୁଡ଼ି ଯାଇଥିଲେ ।

ଏହି ମହାଦେବବସ୍ତର ଗାଁ ଲୋକଙ୍କ ଦ୍ବାରା ଦୀର୍ଘ ସାତଦିନ ଧରି ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ଭାଗବତ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା ଏବଂ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଙ୍କୁ ସ୍ଥାପନ କରାଯାଇ ଦୈନିକ ରୀତିନୀତି ଅନୁଯାଇ ସେବାପୂଜା କରାଯିବା ସହିତ ଦୈନିକ ଘୃତଆହୁତି ଦିଆଯାଇ ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଭାଗବତ ପାଠ କରାଯାଉଥିବା ଦେଖିବାକୁ ମିଳିଛି । ଏହା ସହିତ ସନ୍ଧ୍ୟା ସମୟରେ ସୁଦକ୍ଷ ପ୍ରବକ୍ତା ମାନଙ୍କ ଦ୍ବାରା ଭାଗବତ ପ୍ରବଚନ କଥା ଆଲୋଚନା କରାଯାଇଛି । ଏହି ଭାଗବତ କଥାକୁ ଗାଁରେ ସମସ୍ତେ ଏକାଠି ହୋଇ ଶୁଣିବା ସହ ହରିକଥା କୀର୍ତନ କରୁଛନ୍ତି ।Byte -3ଲକ୍ଷ୍ମୀପ୍ରିୟା ସାହୁ (ଗ୍ରାମବାସୀ )

ଏହି ଭାଗବତ ସପ୍ତାହ ସମୟରେ ଗାଁର ସମସ୍ତ ଲୋକେ ଶ୍ରଦ୍ଧାର ସହିତ ଏକାଠି ହୋଇଛନ୍ତି । ଏହି ସମୟରେ ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଗାଁର ସମସ୍ତ ଲୋକ ସାତ୍ତ୍ୱିକ ଆହାର କରୁଥିବା ବେଳେ ପ୍ରତ୍ୟେକ ଘର ମୁଖ୍ୟ ଦ୍ଵାରରେ କଳସ ସ୍ଥାପନ କରାଯାଇଛି । ଆଜିର ପାଶ୍ଚାତ୍ୟ ସମାଜରେ ଯୁବପିଢି ମାନେ ଆଧୁନିକର ଚାକଚକ୍ୟ ରେ ବୁଡ଼ିରହି ଆଧ୍ୟାତ୍ମିକତା ଠାରୁ ଦୂରେଇ ଯାଉଥିବା ବେଳେ କାକଟପୁରର ମହାଦେବବସ୍ତ ଗାଁରେ ସାତଦିନବ୍ୟାପୀ ଭାଗବତ ସପ୍ତାହ ଆୟୋଜନ କରାଯାଇ ଭାଗବତ ବାଣୀକୁ ଶ୍ରବଣ କରିଛନ୍ତି । କୀର୍ତ୍ତନ କରି ଗ୍ରାମବାସୀ ମାନେ ଆଧ୍ୟାତ୍ମିକ ଚେତନାରେ ହଜିଯାଉଥିବା ର ଦୃଶ୍ୟ ଖୁବ ଚମତ୍କାର ହୋଇ ଉଠିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.