ଭାଇଜିଉଁତିଆ ବ୍ରତ: କଂଟାବାଞ୍ଜି ସହରର ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଛି ଏହି ପୂଜା, ଭାଇ ପାଇଁ ନିର୍ଜଳା ଉପବାସ କରିଛନ୍ତି ଭଉଣୀମାନେ

କଂଟାବାଞ୍ଜି : ପଶ୍ଚିମ ଓଡିଶାର ଏକ ବଡ ପର୍ବ ଭାଇଜିଉଁତିଆ ପୂଜା । ଆଶ୍ୱିନ ଶୁକ୍ଳ ଅଷ୍ଟମି ତିଥିରେ ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ପାଇଁ ପାଳନ କରନ୍ତି ଭାଇଜିଉଁତିଆ ବ୍ରତ । କଂଟାବାଞ୍ଜି ସହରର ବିଭିନ୍ନ ପୂଜା ମଣ୍ଡପ ତଥା ପଡା ମାନଙ୍କରେ ଏହି ପୂଜା ଅନୁଷ୍ଠିତ ହେଉଛି । ନିର୍ଜଳା ଉପବାସ ସହ ପୂଜା ଯୋଗାଡ କରିଥାନ୍ତି ଭଉଣୀମାନେ ।

୧୦୮ ଦୁବ, ଅରୁଆ ଚାଉଳ , ଜିଉନ୍ତିଆ, ନଡିଆ କଦଳି ଆଦି ପୂଜାଜିନିଷ ନେଇ କୋଠିରେ ପୂଜା କରାଯାଉଛି । ବ୍ରାହ୍ମଣଙ୍କ ଠାରୁ ଜିଉନ୍ତିଆ ଗୀତ ଶୁଣିବା ପରେ ପୂଜା ସରିଥାଏ । ପରଦିନ ଭାଇଙ୍କ ଦୀର୍ଘାୟୁ କାମନା କରି ଶୁଭ ମନାସି ହାତରେ ଜିଉନ୍ତିଆ ବାନ୍ଧିଲା ପରେ ବ୍ରତ ଶେଷ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.