ବଲାଙ୍ଗିରରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍: ଟ୍ରେନ୍ ଅଟକାଇ ଆନ୍ଦୋଳନ
![rail rok](https://knewsodisha.com/wp-content/uploads/2021/09/rail-rok.jpg)
ବଲାଙ୍ଗୀର(କେନ୍ଯୁଜ୍): ଭାରତ ବନ୍ଦ ଡାକରାକୁ ବଲାଙ୍ଗିରରେ ସମର୍ଥନ। ଜିଲ୍ଲାର ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ସ୍କୁଲ ଓ କଲେଜ ବନ୍ଦ ରହିଛି।
ଆନ୍ଦୋଳନକାରୀମାନେ ଟ୍ରେନ୍ ଅଟକାଇ ଆନ୍ଦୋଳନ କରୁଛନ୍ତି। ଟିଟିଲାଗଡ଼ରୁ ହାୱଡା ଯାଉଥିବା ଇସ୍ପାତ ଟ୍ରେନକୁ ଆନ୍ଦୋଳନକାରୀମାନେ ଅଟକାଇଛନ୍ତି। ଆନ୍ଦୋଳନରେ ବିଭିନ୍ନ ବ୍ୟବସାୟିକ ଓ ସାମାଜିକ ଅନୁଷ୍ଠାନ , ସ୍ୱେଛାସେବୀ ସଙ୍ଗଠନ ଓ ଟ୍ରେଡ ୟୁନିୟନ ସଂଘ ସାମିଲ ହୋଇଛନ୍ତି।