ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର, ବିଧିବଦ୍ଧ ଭାବେ ବିଜେଡ଼ିରେ ହେଲେ ସାମିଲ

ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର । ବିଜେପି ଛାଡ଼ିବା ପରେ ନିଜର ସମର୍ଥକଙ୍କ ସହ ସେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ବିଜେଡିରେ ସାମିଲ ହେବା ପରେ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟାରେ କହିଛନ୍ତି ଆଜିଠୁ ମୋ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେଲା ।

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର । ବିଜେପି ଛାଡ଼ିବା ପରେ ନିଜର ସମର୍ଥକଙ୍କ ସହ ସେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ବିଜେଡିରେ ସାମିଲ ହେବା ପରେ ଭୃଗୁ ବକ୍ସିପାତ୍ର ପ୍ରତିକ୍ରିୟାରେ କହିଛନ୍ତି ଆଜିଠୁ ମୋ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ହେଲା । ବିକାଶକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ମିଶିଲି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟର ବିକାଶରେ ସାମିଲ ହେବି।

କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେପି ମଧ୍ୟରେ ଆକାଶପାତାଳ ଫରକ ରହିଛି ବୋଲି କହିଛନ୍ତି ଭୃଗୁ । ଭୃଗୁଙ୍କ ଯୋଗଦାନ ପରେ ବ୍ରହ୍ମପୁର ସଂସଦୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି । ଲୋକସଭା ଆସନରୁ କିଏ ହେବେ ବିଜେଡି ପ୍ରାର୍ଥୀ ।  ତାକୁ ନେଇ ସସପେନ୍ସ ଜାରି ରହିଛି ।  ବର୍ତ୍ତମାନର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡିରେ ମିଳିଛି ନୂଆ ଦାୟିତ୍ବ ।  ସେ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ହୋଇଛନ୍ତି ଚନ୍ଦ୍ରଶେଖର ।

ସେହିପରି ଚନ୍ଦ୍ରଶେଖର ବିଜେଡି ଉପ ସଭାପତି ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଭୃଗୁ । ସେ ୩ ଲକ୍ଷ ୪୮ ହଜାରରୁ ଅଧିକ ଭୋଟ ପାଇଥିଲେ । ବିଜେଡିର ଚନ୍ଦ୍ରଶେଖର ସାହୁଙ୍କ ଠାରୁ ୯୪ ହଜାର ଭୋଟରେ ହାରିଥିଲେ । ତେଣୁ ଭୃଗୁ ବକ୍ସିପାତ୍ର ଏବେ ବିଜେଡିରେ ମିଶିବା ପରେ ବ୍ରହ୍ମପୁର ଲୋକସଭା ଆସନକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.