ସିଲ୍‌ ହେଲା ୟୁନିଟ୍‌-୪ ମାଛ ମାର୍କେଟ

ଭୁବନେଶ୍ୱର (କେନ୍ୟୁଜ): ସିଲ୍‌ ହେଲା ୟୁନିଟ୍‌-୪ ମାଛ ମାର୍କେଟ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲଂଘନ ଅଭିଯୋଗରେ ମାଛ ମାର୍କେଟକୁ ଅନିର୍ଧିଷ୍ଟ କାଳ ପାଇଁ ସିଲ୍‌ କରିଛି ବିଏମ୍‌ସି। ସଟଡାଉନ୍‌ରେ ମାଛ ମାର୍କଟରେ ପ୍ରବଳ ଭିଡ ଜମିଥିଲା। ଦୋକାନ ଓ ଗୋଦାମ ଖୋଲି ବେଧଡକ୍‌ ବିକ୍ରି ଚାଲିଥିଲା। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଅବମାନନା ଅଭିଯୋଗରେ ସିଲ୍‌ କରାଯାଇଛି।

ପୂର୍ବରୁ ମଧ୍ୟ କୋଭିଡ୍‌ କଟକଣା ଉଲଂଘନ ଅଭିଯୋଗରେ ଜୁନ୍‌ ମାସରେ ୧୫ ଦିନ ପାଇଁ ୟୁନିଟ୍‌ ୪ ମାଛ ମାର୍କେଟକୁ ସିଲ୍‌ କରିଥିଲା ବିଏମ୍‌ସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.