ପ୍ରଥମ ଡୋଜ୍‌ କୋଭିସିଲ୍ଡର ନେଇଥିଲେ ଦ୍ୱିତୀୟଟିରେ ନେଇପାରିବେ କୋଭାକ୍ସିନ୍‌, ସ୍ପଷ୍ଟ କଲା ଆଇସିଏମ୍‌ଆର

କରୋନା ଭାଇରସ୍‌ ବିରୋଧରେ ଲଢ଼ିବାକୁ ଏବେ ଏକମାତ୍ର ଅସ୍ତ୍ର ହେଉଛି ଭ୍ୟାକ୍‌ସିନ୍‌ ବା ଟିକା। କେବଳ ଟିକା ନେଲେ ହିଁ ଏବେ କରୋନାକୁ ମାତ୍‌ ଦେଇ ହେବ। ତେବେ ବର୍ତ୍ତମାନ ବଜାରରେ ବିଭିନ୍ନ କମ୍ପାନୀର ଭ୍ୟାକ୍ସିନ୍‌ ଉପଲବ୍ଧ ଅଛି। ଏଣୁ ଲୋକମାନେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ ଯଦି ପ୍ରଥମ ଡୋଜ୍‌ କୋଭିସିଲ୍ଡର କିମ୍ବା କୋଭାକ୍ସିନ୍‌ର ନେଇ ଦ୍ୱିତୀୟ ଡୋଜ୍‌ ଅନ୍ୟ ଭ୍ୟାକ୍‌ସିନ୍‌ର ନେବା ତେବେ ତାହା ପ୍ରଭାବଶାଳୀ ହେବ କି? ଟିକାକୁ ନେଇ ଏହି ପ୍ରଶ୍ନ ଏବେ ସାରା ବିଶ୍ୱବାସୀ ପଚାରୁଛନ୍ତି। ଏବେ ଏହାର ଜବାବ ରଖିଛି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର)।

ଆଇସିଏମ୍‌ଆର ତରଫରୁ କୁହାଯାଇଛି ଯେ ଦେଶରେ ନିର୍ମିତ ୨ଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍‌ର ମିଶ୍ରଣ କରୋନା ଭାଇରସ୍‌ ବିପକ୍ଷରେ ଅଧିକ ପ୍ରଭାବଶାଳୀ ହେଉଥିବା ଜଣାଯାଇଛି। ରିସର୍ଚ୍ଚରେ ଜଣାପଡ଼ିଛି ଯେ ଏଡିନୋଭାଇରସ୍‌ ଭେକ୍ଟର ପ୍ଲାଟଫର୍ମ ଆଧାରିତ ଭ୍ୟାକ୍‌ସିନ (Covishield) ପରେ ଯଦି ଏହି ଆକ୍ଟିଭେଟେଡ୍‌ ହୋଲ ଭାଇରାଲ ଭ୍ୟାକ୍‌ସିନ୍‌(Covaxin)ରେ ଇମ୍ୟୁନାଇଜେସନ୍‌ କରାଯାଏ ତେବେ ପରିମାଣ ଅଧିକ ପ୍ରଭାବଶାଳୀ ହୋଇଛି।

ଏଣୁ ଯଦି ଆପଣ ଗୋଟିଏ ଡୋଜ୍‌ କୋଭାକ୍ସିନ୍‌ର କିମ୍ବା କୋଭିସିଲ୍ଡର ନେଇଛନ୍ତି ତେବେ ଦ୍ୱିତୀୟ ଡୋଜ୍‌ରେ ଅନ୍ୟ ଭ୍ୟାକ୍‌ସିନ୍‌ ମଧ୍ୟ ନେଇପାରିବେ। ଏହା ଦ୍ୱାରା କିଛି କ୍ଷତି ହେବନି ବରଂ ଟିକା ଅଧିକ ପ୍ରଭାବଶାଳୀ ହେବ ବୋଲି ଆଇସିଏମ୍‌ଆର ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.