Below header

ରାଜ୍ୟ ସରକାରଙ୍କ ନୂଆ ଜୋନ୍‌ ତାଲିକା

ଭୁବନେଶ୍ୱର : ଆସିଲା ରାଜ୍ୟ ସରକାରଙ୍କ ନୂଆ ଜୋନ୍‌ ତାଲିକା । ରେଡ୍‌ ଜୋନ୍‌ରେ ରହିଲା ରାଜଧାନୀ ଭୁବନେଶ୍ୱର । ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଥିଲା । ଏବେ ଏଥିରେ ଭୁବନେଶ୍ୱର ସାମିଲ ହୋଇଛି ।

ଅରେଞ୍ଜ ଜୋନ୍‌ରେ ୧୧ଟି ଜିଲ୍ଲା

ଖୋର୍ଦ୍ଧା, ସୁନ୍ଦରଗଡ,କେନ୍ଦ୍ରାପଡା, କୋରାପୁଟ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ବଲାଙ୍ଗିର,ଢ଼େଙ୍କାନାଳ, କଳାହାଣ୍ଡି, ଗଞ୍ଜାମ ଜିଲ୍ଲା ଅରେଞ୍ଜ ଜୋନ୍‌ରେ ସାମିଲ ହୋଇଛି ।

ଗ୍ରୀନ୍‌ ଜୋନ୍‌ରେ ରାଜ୍ୟର ୧୬ଟି ଜିଲ୍ଲା

ବୌଦ୍ଧ, ସମ୍ବଲପୁର, ଗଜପତି, ଅନୁଗୁଳ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ରାୟଗଡା, ସୋନପୁର, କଟକ, ଅନୁଗୁଳ, ପୁରୀ, ବରଗଡ ଜିଲ୍ଲା ଗ୍ରୀନ ଜୋନ୍‌ରେ ସାମିଲ ହୋଇଛି ।
ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.