ଭୁବନେଶ୍ୱର : ପିଚୁ ବସ୍ତିରେ ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର ଘରେ ରେଡ୍‌; ମାରଣାସ୍ତ୍ର ସହ ଅନେକ ଜିନିଷ ଜବତ

ଭୁବନେଶ୍ୱର (କେନ୍ୟୁଜ): ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶ ମହାପାତ୍ର ଘରେ ରେଡ୍‌ । ରାଜେଶ ରହୁଥିବା ଭୁବନେଶ୍ୱରର ପିଚୁ ବସ୍ତିରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ରେଡ୍‌ କରାଯାଇଛି । ରାଜେଶର ଘରୁ ଖଣ୍ଡା, ଭୁଜାଲି, ଖେଳନା ବନ୍ଧୁକ ଜବତ କରିଛି ପୋଲିସ । ବିଳମ୍ବିତ ରାତିରେ ଏବଂ ମର୍ଣ୍ଣିଂ ଓ୍ଵାକରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲା ରାଜେଶ ।

ଲୁଟ୍‌ପାଟ୍‌ ସମୟର କିଛି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ରାଜେଶ ଘରେ ଖାନତଲାସି କରୁଛି ପୋଲିସ । ରାଜେଶ ଏବଂ ତାର ୨ ସହଯୋଗୀ ଫେରାର ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.