ଚାଷୀଙ୍କ ପାଇଁ ଖୁସି ଖବର, ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା: IMD

କେନ୍ୟୁଜ:ଚାଷୀଙ୍କ ପାଇଁ ଖୁସି ଖବର । ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ IMD ପକ୍ଷରୁ ଆକଳନ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଲଙ୍ଗ ପରିୟଡ୍‌ ଆଭରେଜ (LPA)ର ବର୍ଷା ପରିମାଣ ୯୯% ଆକଳନ କରାଯାଇଛି। ଏଥିରେ ମଡେଲ ତ୍ରୁଟି ୫ ପ୍ରତିଶତ ଏପଟ ସେପଟ ହୋଇପାରେ । ତେଣୁ ସାରାଦେଶରେ ସାମଗ୍ରିକ ଭାବେ ମୌସୁମୀ ଋତୁ କାଳୀନ ବର୍ଷା ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଓଡ଼ିଶାରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି । ଉତ୍ତର ଭାରତ, କେନ୍ଦ୍ରୀୟ ଭାରତ ସମେତ ହିମାଳୟର ପାଦଦେଶ ଓ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ଭାଗରେ ସ୍ୱାଭାବିକଠୁ ଅଧିକ ମୌସୁମୀ ବର୍ଷା ହୋଇପାରେ । ସେହିପରି ଉତ୍ତରପୂର୍ବ ଭାରତ, ଉତ୍ତରପଶ୍ଚିମ ଭାରତ ଓ ଦକ୍ଷିଣ ଭାରତର ଅଧିକାଂଶ ଭାଗରେ ସ୍ୱାଭାବିକଠୁ କମ୍‌ ମୌସୁମୀ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ଭୂମଧ୍ୟ ରେଖା ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଅଞ୍ଚଳରେ ‘ଲା-ନିନା’ ସ୍ଥିତି ବଳବତ୍ତର ରହିଛି। ଅନ୍ୟ ପାଣିପାଗ ମଡେଲ ଆକଳନ ଅନୁସାରେ ମୌସୁମୀ ଋତୁରେ ଲା-ନିନା ସ୍ଥିତି ଜାରି ରହିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.