ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ ବିବାହର ତୁରନ୍ତ ପରେ କାମରେ ବିଜି ହୋଇ ଯାଇଥିଲେ। ଅନେକ ଦିନ ପରେ ନିକଟରେ ସେମାନେ ଛୁଟି କଟାଇବାକୁ ଯାଇଥିଲେ। ତେବେ ଏହାରି ଭିତରେ କ୍ୟାଟ୍ରିନା ଗତ ସୋମବାର ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ ହୋଇଥିଲେ। ଏହି ସମୟରେ ସେ ଟ୍ରାଡିସନାଲ୍ ଲୁକ୍ରେ ନଜର ଆସିଥିଲେ। ସେ ବେବି ପିଙ୍କ୍ ରଙ୍ଗର ସାଲଓ୍ଵାର ସୁଟ୍ ପିନ୍ଧିଥିବା ବେଳେ ସନ୍ଗ୍ଲାସେସ୍ ଓ ମାସ୍କ କ୍ୟାରି କରିଥିଲେ।
ଇଣ୍ଡିଆନ ଆଉଟ୍ଫିଟରେ କ୍ୟାଟ୍ରିନା ଖୁବ୍ ସୁନ୍ଦର ଦେଖା ଯାଉଥିଲେ। କ୍ୟାଟ୍ରିନାଙ୍କ ଏୟାରପୋର୍ଟ ଲୁକ୍ ଫ୍ୟାନମାନଙ୍କୁ ବହୁତ ପସନ୍ଦ ଆସିଥିଲା। ଯଦିଓ କିଛି ୟୁଜର୍ସ ତାଙ୍କ ଲୁକ୍କୁ ଦେଖି ଅଲଗା କିଛି ଭାବି ନେଇଥିଲେ। କ୍ୟାଟ୍ରିନା ଗର୍ଭବତୀ ଥିବା କେତେଜଣ ସନ୍ଦେହ କରିଥିଲେ। କ୍ୟାଟ୍ରିନାଙ୍କ ଏୟାରପୋର୍ଟ ଲୁକ୍ ଦେଖି ଜଣେ ୟୁଜର କହିଥିଲେ, ‘ଗର୍ଭବତୀ’। ଆଉ ଜଣେ କହିଥିଲେ, ‘ଗର୍ଭବତୀ ଅଛନ୍ତି ସେ’। ସେହିପରି ଅନ୍ୟ ଜଣେ ୟୁଜର କମେଣ୍ଟରେ କହିଥିଲେ, ‘ସେ ନିଜ ହାତକୁ କାହିଁକି ଘୋଡ଼ାଇ ରଖିଛନ୍ତି’। କେତେଜଣ ୟୁଜର ପ୍ରଶ୍ନ ପଚାରିଛନ୍ତି, ‘କ’ଣ ସେ ପ୍ରେଗନାଣ୍ଟ ଅଛନ୍ତି’?
ବିବାହ ପରେ କ୍ୟାଟ୍ରିନା ଓ ଭିକି ସୋସିଆଲ ମିଡିଆରେ ଖୁଲମ୍ଖୁଲା ନିଜ ପ୍ରେମ ବଖାଣୁଛନ୍ତି। ନିକଟରେ କ୍ୟାଟ୍ରିନା, ଭିକିଙ୍କ ପାଇଁ ଜଳଖିଆ ତିଆରି କରିଥିଲେ। ଏହାର ଏକ ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। କହି ରଖୁଛୁ, କ୍ୟାଟ୍ରିନା ଓ ଭିକି ଗତବର୍ଷ ଡିସେମ୍ବରରେ ବହୁତ ବ୍ୟକ୍ତିଗତ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ରୀତିନୀତି ରାଜସ୍ଥାନର ଉଦୟପୁରରେ ହୋଇଥିଲା। ଉତ୍ସବରେ କେବଳ ଦୁହିଁଙ୍କ ପାଖ ଲୋକ ହିଁ ସାମିଲ ହୋଇଥିଲେ।
View this post on Instagram