ବଧୂଟିଏ ପରି ସଜେଇ ହୋଇ “କଚ୍ଚା ବାଦାମ” ଗୀତ ଗାଇବାର ନଜର ଆସିଲେ ରାନୁ ମଣ୍ଡଳ, ଭିଡିଓ ଦେଖିଲେ ଆପଣ ବି ହସିକି ଗଡ଼ିଯିବେ

ରାତାରାତି ସୋସିଆଲ ମିଡିଆରେ ଛାଇ ଯାଇଥିବା ରାନୁ ମଣ୍ଡଳ ସମସ୍ତଙ୍କ ମନରେ ଯେମିତି ବସା ବାନ୍ଧିଛନ୍ତି । ତାଙ୍କର ମାତ୍ର ଗୋଟିଏ ଭିଡିଓ ଭାଇରଲ ହେବା ପରେ ପୁରା ଦେଶ ତାଙ୍କୁ ଜାଣି ଯାଇଥିଲା । ଏମିତିକି ଫିଲ୍ମ ଅଭିନେତା ତଥା ଗାୟକ ହିମେସ ରେସମୀୟା ତ ତାଙ୍କୁ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ବି ଦେଇଥିଲେ । ରାତାରାତି ଭୂମିରୁ ଉଠି ଆକାଶ ଛୁଇଁଥିବା ରାନୁ ମଣ୍ଡଳ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆଉ ତାଙ୍କ ନୂଆ ଲୁକକୁ ଦେଖି ଦର୍ଶକମାନେ ବି ଆଶ୍ଚର୍ଯ୍ୟ ହେଉଛନ୍ତି । ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଦ୍ରୁତ ବେଗରେ ଭାଇରାଲ ହେଉଥିବା ଭିଡିଓରେ ରାନୁ ମଣ୍ଡଳ ‘କଚ୍ଚା ବାଦାମ” ଗୀତ ଗାଉଥିବା ନଜର ଆସିଛନ୍ତି । ଏଥର କିନ୍ତୁ ତାଙ୍କ ଗୀତ ଅପେକ୍ଷା ତାଙ୍କ ଲୁକକୁ ନେଇ ଚର୍ଚ୍ଚାକୁ ନେଇ ଜୋର ଧରିଛି । ଏହି ଭିଡିଓଟିରେ ରାନୁ ଲାଲ ରଙ୍ଗର ଶାଢ଼ୀ ଓ ଗହଣାରେ ବିଲକୁଲ ଏକ ବଙ୍ଗାଳି ଷ୍ଟାଇଲ କନ୍ୟା ଲୁକରେ ଦେଖାଦେଉଛନ୍ତି ।

 

ସେପଟେ ଦର୍ଶକ ମାନେ ବୁଝିପାରୁନାହାନ୍ତିଯେ ରାନୁ ମଣ୍ଡଳ କନ୍ୟା ବେଶରେ କାହିଁକି ନଜର ଆସିଛନ୍ତି । ଭାଇରଲ ହେବା ପରେ ଲୋକେ ରାନୁଙ୍କ ଏହି ଭିଡିଓର ଖୁବ ମଜା ନେଉଛନ୍ତି । କିଛି ଜଣ ତ ତାଙ୍କୁ କଙ୍ଗନା ରାଣାବାତଙ୍କ ଶୋ Lock Up ରେ ଯିବାକୁ ଉପଦେଶ ଦେଉଛନ୍ତି । ଯେବେକି ଆଉ ଜଣେ ୟୁଜର ଲେଖିଛନ୍ତିକି- ତମକୁ ଏମିତି ଏଅବସ୍ଥାରେ ଦେଖି ଆମକୁ ଡର ଲାଗୁଛି । ଆପଣ ମାନଙ୍କର ମନେଥିବକି ନାହିଁ ୨୦୧୯ ମସିହାରେ କୋଲକାତା ରାଣୀଘାଟ ଠାରେ ଥିବା ରେଳଷ୍ଟେସନ ଠାରେ “ଏକ ପ୍ୟାର କା ନଗମା” ଗୀତର ଏକ ଭିଡିଓ ଭାଇରଲ ହେବା ପରେ ରାନୁଙ୍କ ଭାଗ୍ୟ ଏକ ପ୍ରକାର ବଦଳି ଯାଇଥିଲା । ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଏମିତିକି ଲତା ମଙ୍ଗେସକରଙ୍କ ସହିତ ତାଙ୍କର ତୁଳନା ବି କରାଯାଇଥିଲା ।

ରାନୁଙ୍କ ମିଠା କଣ୍ଠ ଶୁଣି ରୋମାଣ୍ଟିକ ଗୀତର ଗାୟକ ହିମେଶ ରେସମୀୟା ତାଙ୍କୁ ମୁମ୍ବାଇ ଡାକିବା ସହିତ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ । ଏମିତିକି ଅନେକ ରିୟାଲିଟି ଶୋ’ ରେ ରାନୁ ନଜର ଆସିଥିଲେ । କିନ୍ତୁ ଏବେ ରାନୁଙ୍କ ସେହି ପୂର୍ବବସ୍ଥା ପୁଣି ଥରେ ଫେରିଆସିଛି କହିଲେ ଚଳେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.