ବଢୁଥିବା ଜନସଂଖ୍ୟା ଓ ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ରହିବେ ୨ଟି ଡିସିପି

ଭୁବନେଶ୍ବର(କେନ୍ୟୁଜ୍): ବଢୁଥିବା ଜନସଂଖ୍ୟା ଓ ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ୨ଟି ଡିସିପି କରାଯିବ। ଗୋଟିଏ ଉତ୍ତର ଓ ଅନ୍ୟଟି ଦକ୍ଷିଣ ଡିସିପି। ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ୨୨ଟି ଥାନାକୁ ଦୁଇ ଭାଗ କରାଯିବ। ଦକ୍ଷିଣ ଡିସିପିଙ୍କ ନେତୃତ୍ୱରେ କ୍ୟାପିଟାଲ, ବାଲିଅନ୍ତା, ଧଉଳି, ଖାରବେଳନଗର, ଲକ୍ଷ୍ମୀସାଗର, ବଡ଼ଗଡ଼, ଲିଙ୍ଗରାଜ ଆଦି ଥାନ ରହିବ। ୨୦୦୮ ବେଳକୁ ଭୁବନେଶ୍ୱର ଜନସଂଖ୍ୟା ୧୦ ଲକ୍ଷ ଥିଲା। ବର୍ତ୍ତମାନ ଏହା ୧୬ ଲକ୍ଷରେ ପହଞ୍ଚିଛି। ସେହିପରି ୨୦୦୮ରେ ଅପରାଧ ସଂଖ୍ୟା ୪ ହଜାର ଥିଲା ବର୍ତ୍ତମାନ ଏହା ୭ହଜାର ୨ଶହରେ ପହଞ୍ଚିଛି। ୨୦୦୮ରେ ୪୦ ହଜାର ଗାଡି ରେଜିଷ୍ଟ୍ରେସନ ହୋଇଥିଲା ବର୍ତ୍ତମାନ ଏହା ୧ ଲକ୍ଷ ୩୦ ହଜାରରେ ପହଞ୍ଚିଛି। ଅପରାଧ ନିୟନ୍ତ୍ରଣ ସହ ଭିଭିଆଇପିଙ୍କ ସୁରକ୍ଷା ମଧ୍ୟ ରହିଛି। ଯାହା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ତେଣୁ ଦୁଇଟି ଡିସିପି ପାଇଁ ପ୍ରସ୍ତାବ ଦିଆଯାଇଛି ।

Leave A Reply

Your email address will not be published.