ଆଜମେର ବୁଲିବାକୁ ଆସିଥିଲେ ଦମ୍ପତି, ହୋଟେଲରେ ମିଳିଲା ସ୍ତ୍ରୀର ଶବ ସ୍ୱାମୀ ଫେରାର୍‌

ଜୟପୁର : ରାଜସ୍ଥାନ ଆଜମେରର ଦର୍ଘା ବଜାର ସ୍ଥିତ ଏକ ହୋଟେଲରେ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ସହିତ ଆଜମେର ବୁଲିବାକୁ ଆସିଥିଲେ। ସେଠାରେ ଏକ ହୋଟେଲରେ ସେମାନେ ରହିଥିଲେ। ତେବେ ପୋଲିସ କହିବା ଅନୁଯାୟୀ ମହିଳାଙ୍କ ହତ୍ୟା ତାଙ୍କ ସ୍ୱାମୀ କରିଛନ୍ତି। ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୋଲିସ ଜଣାଇଛି।

ସୂଚନା ଅନୁଯାୟୀ ମଧ୍ୟପ୍ରଦେଶରୁ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହିତ ଆଜମେର ବୁଲିବାକୁ ଆସିଥିଲେ। ପୋଲିସ କହିବାନୁଯାୟୀ ମହିଳାଙ୍କର ଶବ ହୋଟେଲରୁ ମିଳିଥିଲା। ତେବେ ହୋଟେଲରେ ଲାଗିଥିବା ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି।

Leave A Reply

Your email address will not be published.