Below header

କ୍ୟାଡର ବଦଳାଇବେ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି, ପଞ୍ଜାବ କ୍ୟାଡର ଯିବାକୁ ଆବେଦନ କଲେ ସୌମ୍ୟା ମିଶ୍ର

କେନ୍ୟୁଜ୍ (ବ୍ୟୁରୋ): କ୍ୟାଡର ବଦଳାଇବେ ଟ୍ରାଫିକ୍ ଡିସିପି । ପଞ୍ଜାବ କ୍ୟାଡର ଯିବାକୁ ଆବେଦନ କରିଛନ୍ତି ସୌମ୍ୟା ମିଶ୍ର । ଏବେ ପୋଲିସ୍‌ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୌମ୍ୟା ହେଉଛନ୍ତି ଓଡ଼ିଶା କ୍ୟାଡରର ୨୦୧୪ ବ୍ୟାଚ୍ ଆଇପିଏସ ଅଫିସର । ସେ ଏବେ ଟ୍ବିନ ସିଟିର ଟ୍ରାଫିକ୍ ଡିସିପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ମିଳିଥିବା ସୂଚନା ଅନୁସାରେ ସୌମ୍ୟାଙ୍କ ସ୍ୱାମୀ ବର୍ତ୍ତମାନ ପଞ୍ଜାବ ଲୁଧିଆନାରେ ଅତିରିକ୍ତ ଡିସିପି-୧ ଭାବେ କାର୍ଯ୍ୟରତ ଅଛନ୍ତି । ତେଣୁ ମ୍ୟାରେଜ୍ ଗ୍ରାଉଣ୍ଡରେ ସୌମ୍ୟା ପଞ୍ଜାବ କ୍ୟାଡର ହେବାକୁ ଆବେଦନ କରିଛନ୍ତି । ଏନେଇ ପୋଲିସ କମିଶନରଙ୍କ ଜରିଆରେ ପୋଲିସ୍‌ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୌମ୍ୟା ମିଶ୍ର । ଅବଶ୍ୟ ଏ ନେଇ ନିଜେ ସୌମ୍ୟା ମୁହଁ ଖୋଲି ନାହାନ୍ତି ।

ସେପଟେ ସୌମ୍ୟା ମିଶ୍ରଙ୍କ କ୍ୟାଡର ପରିବର୍ତ୍ତନ ହେଲେ, କିଏ ହେବେ ପରବର୍ତ୍ତୀ ଟ୍ରାଫିକ ଡିସିପ ? କାହା ହାତରେ ରହିବ ଟୁଇନିସିଟିର ଟ୍ରାଫିକ୍ ଦାୟିତ୍ୱ ? ଟ୍ରାଫିକ ଦାୟିତ୍ୱରେ ନୂଆ ଆଇପିଏସଙ୍କ ଚେହେରା ସାମ୍ନାକୁ ଆସିବ କି ? ନା କମିଶନରେଟ ପୋଲିସରେ କେଉଁ ପୁରୁଖା ଅଧିକାରୀଙ୍କୁ ମିଳିବ ଟ୍ରାଫିକ୍ ଦାୟିତ୍ୱ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ଗତ ମାସ ୭ତାରିଖରେ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ନେଇଥିଲେ ସୌମ୍ୟା ମିଶ୍ର । ଏହା ପୂର୍ବରୁ ସୁନ୍ଦରଗଡ଼ ଏସପି ଭାବେ ଦାୟିତ୍ୱ ତୁଲାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.