ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କୁ ଦରକାର ଘରୋଇ ସହାୟକ, ପ୍ରତି ମାସକୁ ମିଳିବ ୧୮ ଲକ୍ଷ ଦରମା

ବ୍ରିଟିଶ ରାଜ ପରିବାର ଘରୋଇ ସହାୟକ ଆବଶ୍ୟକ କରିଛନ୍ତି। କୁହାଯାଉଛି କି, ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କୁ  ‘Windsor Castle’ ପାଇଁ ହାଉସକିପିଂ ଆସିଷ୍ଟାଣ୍ଟର ଆବଶ୍ୟକତା ରହିଛି। ସୂଚନା ମୁତାବକ, ଏଠାରେ ଘରୋଇ ସହାୟକଙ୍କର ଦରମା ଲକ୍ଷ ଉପରେ ହୋଇଥାଏ।

fd

ଏମିତିରେ ଯଦି କେହି ବ୍ୟକ୍ତି ଚାକିରି ପାଇଁ ଚୟନ ହୁଅନ୍ତି, ତା’ହେଲେ ତାଙ୍କୁ ୧୯,୧୪୦.୦୯ ୟୁରୋ ଅର୍ଥାତ ୧୮.୫ ଲକ୍ଷ ଟଙ୍କା ପ୍ରତି ମାସକୁ ଦରମା ମିଳିବ। ଏହାସହିତ ତାଙ୍କୁ ଅନେକ ସୁବିଧା ମିଳିବ। ଏହି ଜବ ପାଇଁ ଗଣିତ ଏବଂ ଇଂଲିଶ ଜ୍ଞାନ ରହିବା ନିହାତି ଜରୁରୀ। କେବଳ ଏତିକି ନୁହେଁ, ଇଣ୍ଟେରିୟର ଓ ବାକି ଆଇଟମକୁ କ୍ଲିନ କରିବା ଏବଂ ଏହାକୁ ସୁନ୍ଦର ଢଙ୍ଗରେ ସଜାଇବା କଳା ମଧ୍ୟ ଶିଖିଥିବା ଦରକାର।

dds

ଏଥିଲାଗି ୧୩ ମାସ ପାଇଁ ଟ୍ରେନିଂ ଦିଆଯିବ। ଏହାପରେ ହିଁ ବ୍ୟକ୍ତିଙ୍କୁ ପରମାନେଣ୍ଟ କରାଯିବ। ଏହି ସମୟରେ ଅଲଗା ଅଲଗା ପ୍ୟାଲେସରେ ରହିବା ସହ ଖାଦ୍ୟର ସୁବିଧା ମିଳିବ। ହାଉସକିପିଂ ଆସିଷ୍ଟାଣ୍ଟଙ୍କୁ ବର୍ଷକୁ ୩୩ ଦିନର ଛୁଟି ଛଡ଼ା ଟ୍ରାଭେଲିଙ୍ଗ ପାଇଁ ଖର୍ଚ୍ଚର ସୁବିଧା ଏବଂ ପେନସନ ଦିଆଯିବ। ଜିମ, ସ୍ୱିମିଙ୍ଗ ପୁଲ ଏବଂ ଟେନିସ କୋର୍ଟର ସୁବିଧା ମିଳିବ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଥିଲା ୨୮ ଅକ୍ଟୋବର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.