କିଟ୍‌ରେ ଭୁବନେଶ୍ୱର ଜୋନ୍‌ ସପ୍ତାହାନ୍ତ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ:ଗୋପ୍‌ର ନାଗପୁର ସ୍ପୋର୍ଟସ କ୍ଲବ ଚାମ୍ପିଅନ

ଭୁବନେଶ୍ବର(କେନ୍ୟୁଜ୍):  କିଟରେ ଚାଲିଥିବା ଭୁବନେଶ୍ୱର ଜୋନ୍‌ ସପ୍ତାହାନ୍ତ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ । ୧୮ ବର୍ଷରୁ କମ୍‌ ବାଳକ ବିଭାଗରେ ପୁରୀ ଜିଲ୍ଲା ଗୋପ୍‌ର ନାଗପୁର ସ୍ପୋର୍ଟସ କ୍ଲବ ଚାମ୍ପିଅନ ହୋଇଥିବା ବେଳେ ନୟାଗଡ଼ର ଇଟାମାଟି ଟିମ୍‌ ରନର୍ସ ଅପ ହୋଇଛି । ୧୮ ବର୍ଷରୁ କମ୍‌ ବାଳିକା ବିଭାଗରେ କିସ୍‌ ଟିମ୍‌ ଚାମ୍ପିଅନ ହୋଇଛି । ଏଥିରେ ବାଣପୁରର ମାଆ ଭଗବତୀ କ୍ଲବ ରନର୍ସ ଅପ୍‌ ହୋଇଛି । ସେହିପରି ୧୪ ବର୍ଷରୁ କମ୍‌ ବାଳକ ବିଭାଗରେ ମେରାମଣ୍ଡଳୀର ଟାଟା ଷ୍ଟିଲ ଚାମ୍ପିଅନ ହୋଇଥିବା ବେଳେ କଣାସର ଆଞ୍ଚଳିକ କ୍ରୀଡ଼ା ପରିଷଦ ରନର୍ସ ଅପ ହୋଇଛି । ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ କିସ୍‌ ଟିମ୍‌ ଚାମ୍ପିଅନ ଓ ଭୁବନେଶ୍ୱର ୟେଲୋ ଟିମ୍‌ ରନର୍ସ ଅପ ହୋଇଛି । କିଟ୍‌ ଇଣ୍ଟରନ୍ୟାସନାଲ ଟିମ୍‌ ଏଥିରେ ତୃତୀୟ ସ୍ଥାନରେ ରହିଛି । ମୋଟ୍‌ ୩୦ଟି ଟିମ୍‌ର ୩ ଶହ ପ୍ରତିଯୋଗୀ ଭାଗ ନେଇଥିଲେ ।

kiit

ଓଡ଼ିଶା ଭଲିବଲ ଆସୋସିଏସନ୍‌, ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୁଲ୍ୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଭଲିବଲ ଫେଡେରେସନ୍‌ ଅଫ ଇଣ୍ଡିଆର ସଭାପତି ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କିଟ୍‌ ଷ୍ଟାଡିୟମରେ ପହଞ୍ଚି ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ଭାରତୀୟ ସିନିଅର ମହିଳା ଟିମ୍‌ର ମୁଖ୍ୟ କୋଚ୍‌ ପ୍ରୀତମ ସିଂ ଚୌହ୍ଵାନ, ଭାରତୀୟ ସିନିଅର ମହିଳା ଟିମ୍‌ର ସହକାରୀ କୋଚ୍‌ ମାଡାମ ବୈଶାଳୀ, ଭାରତୀୟ ମହିଳା ଅଣ୍ଡର-20 ଟିମ୍‌ର ହେଡ କୋଚ୍‌ ଅଶୋକ ଚକ୍ର, ସହକାରୀ କୋଚ୍‌ ପି. ରାଧିକା, ୨୦ବର୍ଷରୁ କମ୍‌ ପୁରୁଷ ଟିମ୍‌ର କୋଚ୍‌ ରାଜେଶ କୁମାର, ୧୮ ବର୍ଷରୁ କମ୍‌ ଟିମ୍‌ର କୋଚ୍‌ ବିଶ୍ୱଜିତ ଘୋଷ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ଅଧିକାରୀ ସୁଷମା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.