ରଘୁନାଥଜୀଉଙ୍କ ନୂତନ ମନ୍ଦିର ପାଇଁ ଭୂମି ପୂଜନ: କନିକାର ମହାରାଜା ଓ ମହାରାଣୀଙ୍କୁ ଦେଖିବାକୁ ଅସମ୍ଭାଳ ଭିଡ

ଚାନ୍ଦବାଲି(କେନ୍ୟୁଜ): ରାଜା ରାଜୁଡା ସମୟରେ ମହାରାଜା ଓ ମହାରାଣୀଙ୍କୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଜମୁଥିଲା। ହେଲେ ବର୍ତମାନ ସମୟରେ ରାଜା,ରାଣୀଙ୍କ ପ୍ରତି ଲୋକଙ୍କର ସମ୍ମାନ ରହିଛି ସତ ହେଲେ ତାଙ୍କର ଗୋଟେ ଝଲକ ଦେଖିବାକୁ ଆଉ ସେତେଟା ଆଗ୍ରହ ଦେଖିବାକୁ ମିଳିନୁ। କିନ୍ତୁ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଥିଲା  ଏମିତି ଏକ ଘଟଣା ।

ଯେଉଁଠି ଆଗେ ଆଗେ ଚାଲିଥିଲା ଭଜନ , କୀର୍ତନ ସହ ଢୋଲ ବାଜା। ଆଉ ଲୋକଙ୍କ ଭିଡ ମଝିରେ ଏକ ବିରାଟ ଶୋଭାଯାତ୍ରା ଭିତରେ ହାତ ଜୋଡି ଚାଲିଥିଲେ ମହାରାଜା ଓ ମହାରାଣୀ । ସେହି ଭିଡ ଭିତରେ ରାଜାଙ୍କୁ ପ୍ରଣିପାତ କରୁଥିଲେ ବୁଢା ଠୁ ଟୋକା ସଭିଏଁ । ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ଘଂଟେଶ୍ୱର ତୋଟାପଡାରେ ଠାକୁର ରଘୁନାଥ ଜୀଉଙ୍କ ଭବ୍ଯ ନୂତନ ମନ୍ଦିର ପାଇଁ ଭୂମି ପୂଜନ କାର୍ଯ୍ଯକ୍ରମ ଅବସରରେ । ହଜାର ହଜାର ଲୋକଙ୍କ ଭିଡ ଦେଖି କନିକାର ରାଜା ଶ୍ରୀ ଶିଭେନ୍ଦ୍ର ନାରାୟଣ ଭଞ୍ଜ ଦେଓ ଓ ରାଣୀ ମୃଣାଳୀନି ଭଞ୍ଜ ଦେଓ ମଧ୍ଯ ବେଶ ଖୁସି ଅନୁଭବ କରିଥିଲେ ।

ଦୀର୍ଘ ବର୍ଷ ହେଲା ତୋଟାପଡା ଅଂଚଳରେ ବାବା ରଘୁନାଥଜୀଉଙ୍କର ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି । ବାରମ୍ବାର ସ୍ଥାନୀୟ ଲୋକଙ୍କ ଚେଷ୍ଟା ଫଳରେ ଶେଷରେ ଠାକୁର ରଘୁନାଥଜୀଉଙ୍କ ନୂତନ ମନ୍ଦିର ପାଇଁ ଭୂମି ପୂଜନ କରାଯାଇଛି । କନିକାର ମହାରାଜା ଓ ମହାରାଣୀ ଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ । ଏହି ଭୂମି ପୂଜନ କାର୍ଯ୍ଯକ୍ରମରେ ସ୍ଥାନୀୟ ଆଖପାଖ ଅଂଚଳର ହଜାର ହଜାର ଲୋକଙ୍କ ସମାଗାମ ହୋଇଥିଲା ।

ଲୋକମାନେ ମହାରାଜା ଓ ମହାରାଣୀଙ୍କୁ ଦେଖିବା ସହ ରଘୁନାଥ ଜୀଉଙ୍କ ଦର୍ଶନ କରିଥିଲେ । ଏହି କାର୍ଯ୍ଯକ୍ରମ ପାଇଁ ତୋଟାପଡା ଅଂଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ରାଜା,ରାଣୀଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ପ୍ରମାଣ କରିଛି ଓଡିଶାରେ ଲୋକମାନଙ୍କ ମନରେ ଏବେ ବି ମହାରାଜା, ମହାରାଣୀଙ୍କ ପ୍ରତି ଭଲ ପାଇବ ଓ ସହାନୁଭୁତି ରହିଛି। ଯାହା ନିହାତି ଗର୍ବ ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.