ବ୍ୟାଙ୍କ ଠକେଇ ଅଭିଯୋଗରେ ଫସିଲା ଭୂଷଣ କମ୍ପାନୀ, ଅସ୍ଥାୟୀ ଭାବରେ ୪ ହଜାର ୨୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କେନ୍ୟୁଜ୍ (ବ୍ୟୁରୋ): ବ୍ୟାଙ୍କ ଠକେଇ ଅଭିଯୋଗରେ ଫସିଲା ଭୂଷଣ ଷ୍ଟିଲ ଏଣ୍ଡ ପାଓ୍ଵାର ଲିମିଟେଡ୍‌। ଅସ୍ଥାୟୀ ଭାବରେ ୪ ହଜାର ୨୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ବା PMLA କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୂଷଣର ଏହି ସମ୍ପତ୍ତି ଆଟାଚ୍‌ କରିଛି ଇଡି। ଏହା ଭିତରେ ରହିଛି ସମ୍ବଲପୁର ଜିଲ୍ଲାରେ ଥିବା ଭୂଷଣ ଷ୍ଟିଲ ଏଣ୍ଡ ପାଓ୍ଵାରର ଜମି, ବିଲଡିଂ ଓ ମେସିନାରୀ। ୫ ହଜାର ୫ ଶହ କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ କରିଥିଲେ ଆହ୍ଲାବାଦ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ। ଅଭିଯୋଗରେ ଦର୍ଶାଇଥିଲେ ଯେ, ଭୂଷଣର ପୂର୍ବତନ ଉଦ୍ୟୋକ୍ତା ଓ ନିର୍ଦ୍ଦେଶକ ଏହି ଟଙ୍କା ଜାଲିଆତି କରି ନେଇଥିଲେ। ଏହି ଋଣ ଠକେଇ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବା ବେଳେ PMLA ଅଫିସର ଅତିରିକ୍ତ ନିର୍ଦ୍ଦେଶକ ଯୁକ୍ତି ରଖିଥିଲେ ଯେ, ଯଦି ଭୂଷଣର ସମ୍ପତ୍ତି ଏବେ ଆଟାଚ କରା ନଯିବ ତାହେଲେ ପ୍ରପୋର୍ଟି ଆଉ କାହା ହାତକୁ ଟେକି ଦେବା ସମ୍ଭାବନା ରହିଛି। ଯେଉଁଥିପାଇଁ ଭବିଷ୍ୟତରେ ଟଙ୍କା ଆଦାୟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ। ବର୍ତ୍ତମାନ ୧୮୦ ଦିନ ପାଇଁ ସମ୍ପତ୍ତି ଆଟାଚ୍‌ ହୋଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମ୍ପତ୍ତିରେ ସେମାନଙ୍କର କୌଣସି ହସ୍ତକ୍ଷେପ ରହିବ ନାହିଁ। ଭୂଷଣ ଏବେ ଦେବାଳିଆ ପ୍ରକ୍ରିୟାରେ ରହିଛି। କମ୍ପାନୀର ମୋଟ୍‌ ୪୮ ହଜାର କୋଟି ଟଙ୍କାର ଋଣ ରହିଛି। ଭୂଷଣକୁ ଅଧିଗ୍ରହଣ ପାଇଁ ୧୯ ହଜାର ୫ଶହ କୋଟି ଟଙ୍କାର ନିଲାମ ପ୍ରସ୍ତାବ ଦେଇଛି JSW ଷ୍ଟିଲ୍‌ ।

Leave A Reply

Your email address will not be published.