ଯାଜପୁର: ଚାହୁଁ ଚାହୁଁ ଛେଳି ଛୁଆକୁ ଗିଳିଦେଲା ଏହି ବିରାଟ ଅଜଗର ସାପ, ଗାଁ ଲୋକେ ଓ ସ୍ନେକ ହେଲ୍ପଲାଇନ ସଦସ୍ୟ କଲେ ଉଦ୍ଧାର

ଯାଜପୁର ରୋଡ(କେନ୍ୟୁଜ୍): ସୁକିନ୍ଦା ବନାଞ୍ଚଳ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମ ପାଖରୁ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଏକ ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା । ଗ୍ରାମ ଲୋକେ ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ।

python

ସାପଧରାଳି ସୌମ୍ୟାଜିତ ବେହୁରା ତାଙ୍କ ଭାଇ ଓ ଅନ୍ୟ ସହଯୋଗୀ ବନ୍ଧୁମାନଙ୍କ ଦ୍ୱାରା ସାପଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଅଜଗରଟିର ପ୍ରାୟ ଲମ୍ବ ୧୨ ଫୁଟ ହୋଇଥିବା ବେଳେ ତାର ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପରେ ତାକୁ ପୁନଶ୍ଚ  ଜଙ୍ଗଲରେ ଛାଡିଦିଆଯିବ ବୋଲି ସ୍ଥାନୀୟ ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଜଙ୍ଗଲ ମଧ୍ୟରେ ଶିକାର କମିଯାଉଥିବାରୁ ଏଭଳି ବିଶାଳକାୟ ସାପମାନେ ସବୁ ଜବବସତି ମୁହଁ ହେଉଥିବାର ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.