ଆଜି ସରୁଛି ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କ ୫ଦିନିଆ ରିମାଣ୍ଡ ଅବଧି

ଭୁବନେଶ୍ବର (କେନ୍ୟୁଜ୍) : ଆଜି ସରୁଛି ଉଦ୍ୟାନ କୃଷି ବିଭାଗର ନିଲମ୍ବିତ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କ ୫ଦିନିଆ ରିମାଣ୍ଡ ଅବଧି। ପଚରାଉଚୁରା ବେଳେ ଭିଜିଲାନ୍‌ସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାରୁ ପୁଣି ଥରେ ରିମାଣ୍ଡ ପାଇଁ ଆବେଦନ କରିବା ସମ୍ଭାବନା ରହିଛି। ଉଦ୍ୟାନ ବିଭାଗରେ ବିଲ ପାସ କରାଇବା ପାଇଁ ଏକଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତ ସୋମବାର ୨୦୦୯ ବ୍ୟାଚର ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ ଭିଜିଲାନ୍‌ସ ବିଭାଗ ହାତରେ ଧରା ପଡ଼ିଥିଲେ। ପରେ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍‌ସ।ଜେରା ବେଳେ ଉଦ୍ୟାନ ବିଭାଗରେ ଆର୍ଥିକ ଅନିୟମିତତା ନେଇ ଅନେକ ଗୁମର ଖୋଲିଥିବା ଜଣାପଡ଼ିଛି।

ଉଦ୍ୟାନ କୃଷି ବିଭାଗର ଏକ ଡିପୋଜିଟ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଉଦ୍ୟାନ କୃଷି ବିଭାଗର ପ୍ରାୟ ୩୦ କୋଟି ଟଙ୍କାର ଡିପୋଜିଟ୍‌କୁ ଘରୋଇ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଛି। କେବଳ ଡିପୋଜିଟ୍‌ ସ୍ଥାନାନ୍ତରିତ ହୋଇ ନଥିଲା। ଏହାସହ ୪ଟି ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା। ଏହାକୁ ନେଇ ଏବେ ଭିଜିଲାନସ୍‌ ଖୋଳତାଡ କରୁଛି। ସେପଟେ ଏତେ ବଡ଼ଧରଣର ଡିପୋଜିଟ୍‌କୁ କାହିଁକି ଓ କେଉଁ ପରିସ୍ଥତିରେ ସ୍ଥାନାନ୍ତର କରାଯାଇଥିଲା? ତାହା ଜାଣିବାକୁ ଚିଠି ଲେଖିଛି ଅର୍ଥ ବିଭାଗ। ଏହାର ତନାଘନା ଚାଲିଥିବା ବେଳେ ଆଜି ବିଜୟ ଉପାଧ୍ୟାୟଙ୍କ ରିମାଣ୍ଡ ସରୁଥିବାରୁ ଅଧିକ ପଚରାଉଚୁରା ପାଇଁ ଭିଜିଲାନ୍‌ସ ରିମାଣ୍ଡରେ ନେଇପାରେ ବୋଲି ଜଣାପଡ଼ଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.