ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଆଜି ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯିବ । ଏଥିପାଇଁ ବେଳାଭୂମିରେ ୨୫ ଫୁଟ ଲମ୍ବର ଡାକୋଟା ବିମାନ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

କେନ୍ୟୁଜ୍(ବ୍ୟୁରୋ): ବାଲୁକାକଳା ମାଧ୍ୟମରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ଏହି ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜି ପ୍ରବାଦ ପୁରୁଷଙ୍କ ସ୍ମୃତିର ଡାକୋଟା ବିମାନ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯିବ ।

ଏଥିପାଇଁ ବେଳାଭୂମିରେ ୨୫ ଫୁଟ ଲମ୍ବର ଡାକୋଟା ବିମାନ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକାର ରଙ୍ଗକୁ ବ୍ୟବହାର କରି କଳିଙ୍ଗ ବୀର ଭୂମିପୁତ୍ର ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.