ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଘଟଣାସ୍ଥଳରେ ୩ ମୃତ
ନୟାଗଡ଼ ଓଡ଼ଗାଁ ଥାନା କୋମଣ୍ଡ ପଥରା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ମୃତକ ସ୍ଥାନୀୟ ମହେଶ୍ୱରପୁର ଗାଁର।

ନୟାଗଡ଼ (କେନ୍ୟୁଜ):ଗଛରେ ପିଟିହେଲା ବାଇକ୍ । ଘଟଣାସ୍ଥଳରେ ୩ ମୃତ । ଗୋଟିଏ ବାଇକ୍ରେ ୩ ଜଣ ଯିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ନୟାଗଡ଼ ଓଡ଼ଗାଁ ଥାନା କୋମଣ୍ଡ ପଥରା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ସମସ୍ତ ମୃତକ ସ୍ଥାନୀୟ ମହେଶ୍ୱରପୁର ଗାଁର । ମୃତକ ହେଲେ ମାଧବ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ନାୟକ। ଓଡଗାଁରେ ରାମନବମୀ ଯାତ୍ରାଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ସୁଚନା ମିଳିଛି।