କାର୍‌ରେ ଆସିଲେ, ନେଇଗଲେ ବୋଲେରୋ; ସିସିଟିଭି ଫୁଟେଜ ଭାଇରାଲ

ଘର ସାମ୍ନାରୁ ନେଇଗଲେ ଚାରି ଚକିଆ ଯାନ । ଜଗତପୁର ସ୍ଥିତ ଆଇ.ବି ରୋଡ଼ ଅଂଚଳରେ ଘଟିଛି ଏହି ଘଟଣା

କଟକ (କେନ୍ୟୁଜ): କାର୍‌ରେ ଆସିଲେ, ବୋଲେରୋ ନେଇଗଲେ। କଟକ ଜଗତପୁର ଅଞ୍ଚଳରେ ଗାଡି ଚୋରି ଅଭିଯୋଗ। ସିସିଟିଭିରେ କଏଦ୍‌ ହୋଇଛି ଦୃଶ୍ୟ। ଘର ସାମ୍ନାରୁ ନେଇଗଲେ ଚାରି ଚକିଆ ଯାନ । ଜଗତପୁର ସ୍ଥିତ ଆଇ.ବି ରୋଡ଼ ଅଂଚଳରେ ଏକ ବୋଲେରୋ ଚୋରି ହୋଇଛି। ଏକ କାରରେ ଦୁଇ ଜଣ ଆସି ନେଇ ଗଲେ ବୋଲେରୋ। ଜଗତପୁର ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ହୋଇଛି।