Below header

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଦୁର୍ଘଟଣା ପରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ରେ ପୁଣି ଦୁର୍ଘଟଣା ନେଇଛି ଜୀବନ । ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ।

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ରେ ପୁଣି ଦୁର୍ଘଟଣା ନେଇଛି ଜୀବନ । ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ ।

ସୂଚନା ଅନୁସାରେ ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବାଇକ୍ ଆରୋହୀ ହୁଲୁରିସିଂହା ଗ୍ରାମର ବିଶ୍ୱଜିତ୍ ନନ୍ଦଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବିଶ୍ବଜିତ ଗାନ୍ଧୀ ପାର୍କ ପଛ ପଟେ ଏକ ପାନ ଦୋକାନ କରିଥିଲେ । ରାତିରେ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ । ସେତିକିବେଳେ କଟକ ଅଞ୍ଚଳରୁ ସମ୍ବଲପୁରକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ବିଶ୍ୱଜିତଙ୍କ ମୋଟରସାଇକେଲକୁ ଧକ୍କା ଦେଇଥିଲା । ଯାହା ଫଳରେ ବିଶ୍ୱଜିତ୍ ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଲୋକେ ଟ୍ରକରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ଅନୁଗୋଳ ଟାଉନ୍ ଥାନା ପୋଲିସ୍ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.