ଚିଲିକାରେ ଆଜିଠୁ ଆରମ୍ଭ ହେଲା ପକ୍ଷୀ ଗଣନା କାର୍ଯ୍ୟ, ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ

 ଟାଙ୍ଗି(କେ ନ୍ୟୁଜ):  ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା। ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ। ୫ଟି ରେଞ୍ଜରେ ଚାଲିଛି ଗଣନା କାମ । ଏହି ଗଣନା କାର୍ଯ୍ୟରେ ୨୧ଟି ଗଣନାକାରୀ ଦଳରେ ୧୧୫ଜଣ ଗଣନାକାରୀ ନିୟୋଜିତ ଅଛନ୍ତି । ୧୯ଟି ଗଣନାକାରୀ ଦଳ ଚିଲିକା ଜଳ ମଧ୍ୟରେ ଓ ୨ଟି ଗଣନାକାରୀ ଦଳ ଚିଲିକା ତଟବର୍ତ୍ତୀ ସ୍ଥଳଭାଗରେ ପକ୍ଷୀ ଗଣନା କାର୍ଯ୍ୟ କରୁଛନ୍ତି । ପ୍ରତି ଦଳରେ ୪ରୁ ୫ଜଣ ଗଣନକାରୀ ସାମିଲ ଅଛନ୍ତି । ଗଣନା ପାଇଁ ଚିଲିକାକୁ ୬ଟି ରେଞ୍ଜ ଟାଙ୍ଗୀ, ରମ୍ଭା, ସାତପଡ଼ା, ବାଲୁଗାଁ, ପାରିକୂଦ ଓ ନୂଆପଡ଼ାରେ ବିଭକ୍ତ କରାଯାଇଛି । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପକ୍ଷୀ ବିଷାରଦ ସାମିଲ ଅଛନ୍ତି ।

ପ୍ରତିବର୍ଷ ଜାନୁଆରୀ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥାଏ । ୨୦୧୭ ମସିହାରେ ଚିଲିକାକୁ ୧୬୧ ପ୍ରଜାତିର ୯ଲକ୍ଷ ୪୭ହଜାର ୧୧୯ଟି ପକ୍ଷୀ ଆସିଥିବା ବେଳେ ୨୦୧୮ରେ ୧୪୭ଟି ପ୍ରଜାତିର ୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଆସିଥିଲେ । ୨୦୧୯ରେ ୧୮୧ ପ୍ରଜାତିର ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିବା ବେଳେ ୨୦୨୦ରେ ୧୮୪ ପ୍ରଜାତିର ୧୧ଲକ୍ଷ ୫୪୦ ପକ୍ଷୀ ଆସିିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.