ବ୍ରିଟେନରେ ବଢିଲାଣି କରୋନାର ନୂଆ ଷ୍ଟ୍ରେନ ଭୟ, ଲାଗୁହେଲା ମାର୍ଚ୍ଚ ଭଳି ଲକଡାଉନ

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନର ଭୟ ବଢିବାରେ ଲାଗିଛି । କରୋନା ସଂକ୍ରମଣର ନୂଆ ଷ୍ଟ୍ରେନର ସଙ୍କଟ ବଢୁଥିବାରୁ ଦେଶରେ ପୁଣି ଥରେ ଲକ୍ଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ବୋରିସ୍ ଜନ୍ସନ୍ କହିଛନ୍ତି, କରୋନାର ନୂଆ ଷ୍ଟ୍ରେନ୍ରୁ ମୁକୁଳିବା ପାଇଁ ଫେବ୍ରୁଆରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଲକ୍ଡାଉନ୍ କରିବାର ଆବଶ୍ୟକତା ରହିଛି । ଗତକାଲି ବୋରିସ୍ ଜୋନ୍ସନ୍ ଦେଶକୁ ସମ୍ବୋଧିତ କରିଥିଲେ । କହିଥିଲେ, ଏହା ଦେଶ ପାଇଁ କଠିନ ସମୟ । ଦେଶର ସବୁ ଅଞ୍ଚଳରେ କରୋନାର ମାମଲାର ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ବର୍ତ୍ତମାନ ବ୍ରିଟେନରେ ସ୍କୁଲ, କଲେଜ ଓ ୟୁନିଭର୍ସିଟି ବନ୍ଦ ରହିବ । ସ୍କୁଲ, କଲେଜ ଓ ୟୁନିଭର୍ସିଟି ଅନ୍ଲାଇନ୍ ଚାଲିବ । ଲକ୍ଡାଉନ୍ ସମୟରେ ଲୋକେ ଘରୁ ବାହାରି ପାରିବେନି । କେବଳ ଜରୁରୀକାମ ପାଇଁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । କରୋନାର ନୂଆ ରୂପ ବେଶ୍ ଦ୍ରୁତଗତିରେ ବଢିବାରେ ଲାଗିଛି। ଷ୍ଟ୍ରେନକୁ ବ୍ଯାପିବାରୁ ରୋକିବାକୁ ହେଲେ ଆମକୁ କଠୋର ପଦକ୍ଷେପ ନେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ଜନସନ କହିଛନ୍ତି।

britain

ସେହିପରି ସ୍କଟଲ୍ଯାଣ୍ଡରେ ମଧ୍ୟ ପୁଣି ଲକଡାଉନ ଘୋଷଣା କରାଯାଇଛି। ସରକାର ଲକଡାଉନ ଘୋଷଣା କରି ଫେବ୍ରୁଆରୀ ୨ ତାରିଖ ପର୍ଯ୍ଯନ୍ତ ଲକଡାଉନ ଘୋଷଣା କରାଯାଇଛି। ଗତବର୍ଷ ମାର୍ଚ୍ଚରେ ଯେଉଁଭଳି ଲକଡାଉନ ଥିଲା, ସେହିପରି ମଧ୍ୟ ଲକଡାଉନ ଘୋଷଣା କରାଯାଇଛି। ଗତ ୨୪ ଘଣ୍ଟାରେ ସ୍କଟଲାଣ୍ଡରେ କୋଭିଡ-୧୯ ୧୯୦୫ ନୂଆ ମାମଲା ଦେଖିବାକୁ ମିଳିଛି। ତେଣୁ ଲକଡାଉନକୁ ପୁଣି ବଢାଇ ଦିଆଯାଇଛି।

You might also like