ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି ପକ୍ଷୀ ଗଣନା, ସାମିଲ୍ ହୋଇଛନ୍ତି ୧୬ଜଣିଆ ଟିମ୍‌

ରାଜନଗର: ଭିତରକନିକା ଜାତୀୟ ଉଦ୍ୟାନରେ ଚାଲିଛି ପକ୍ଷୀ ଗଣନା । ସକାଳ ୬ରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ । ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଉଛି ।

ଗଣନାରେ ସାମିଲ ହୋଇଛନ୍ତି ପକ୍ଷୀ ବିଶାରଦଙ୍କ ସହ ବନକର୍ମଚାରୀ। କନିକା, ରାଜନଗର, ଗହୀରମଥା, ମହାକାଳପଡା ଓ କୁଜଙ୍ଗ ରେଞ୍ଜରେ ୧୬ଜଣିଆ ଟିମ୍‌ ଏହି ଗଣନା କାର୍ଯ୍ୟ କରୁଛନ୍ତି। ପ୍ରତି ଟିମ୍‌ରେ ୪ରୁ ୫ଜଣ କର୍ମଚାରୀ ନିୟୋଜିତ ଛନ୍ତି। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ପକ୍ଷୀ ଆସିଥିବା ଆଶା ରଖିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.