ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ହେଲା ଧୁଆଁ ମୁକ୍ତ: ହଟିଲା କାଠ ଚୁଲି, ବଣ୍ଟନ ହେଲା ଗ୍ୟାସ ଚୁଲା

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ହେଲା ଧୁଆଁ ମୁକ୍ତ । ଅଙ୍ଗନବାଡି କେନ୍ଦ୍ରରୁ ହଟିଲା କାଠ ଚୁଲି । ଏବେ ଗ୍ୟାସ ଯୋଗେ ଅତି ସୁରୁଖୁରୁରେ ରୋଷେଇ କାର୍ଯ୍ୟ ସମ୍ପନ୍ନ କରିବେ ଅଙ୍ଗନବାଡି କେନ୍ଦ୍ରର ରୋଷେୟା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଡିଆରଡିଏଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଙ୍ଗନବାଡି କେନ୍ଦ୍ରର ସଦସ୍ୟ ମାନଙ୍କୁ ଗ୍ୟାସ ଚୁଲା ବଣ୍ଟନ କରାଯାଇଛି ।

ଗ୍ୟାସ ସିଲିଣ୍ଡର ସହ ସମସ୍ତ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ସିଲିଣ୍ଡର ଗୁଡିକ ଜିଲ୍ଲାର ମିନେରାଲ ଫଣ୍ଡରୁ ଯୋଗାଇ ଦିଆଯାଇଛି । ପର୍ଯ୍ୟାୟକ୍ରମେ ଜିଲ୍ଲାର ୨୦୩୪ ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ ସିଲିଣ୍ଡର ଯୋଗାଇଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ସେହିଭଳି ୨୩ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପିଓଏସ ମେସିନ ପ୍ରଦାନ କରାଯାଇଛି ।

ଏହା ଦ୍ୱାରା ଗ୍ୟାସ୍‌ ଉପଭୋକ୍ତାଙ୍କ ଠାରୁ ଆଣୁଥିବା ଟଙ୍କାକୁ ଜମା କରିବା ନିମନ୍ତେ ଆଉ ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ଅଙ୍ଗନବାଡ଼ି କର୍ମୀ ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.