ଆଗାମୀ ନିର୍ବାଚନରେ ବିଜେଡିର କେତେ ସିଟିଂ ଏମ୍ଏଲ୍ଏ-ଏମ୍ପିଙ୍କୁ ମିଳିବ ଟିକେଟ୍, କାହାର କଟିବ

ଭୁବନେଶ୍ବର(କେନ୍ୟୁଜ୍) : ସରିଛି ପଞ୍ଚଦଶ ବିଧାନସଭା ଓ ଷୋଡ଼ଶ ଲୋକସଭା। ବିଧାନସଭାରେ ୧୧୭ ବିଜେଡି ବିଧାୟକ ଥିଲେ। ଦଳର ଲୋକସଭା ସଦସ୍ୟଙ୍କ ସଂଖ୍ୟା ଥିଲା ୨୦। ଏବେ ଏଥିରୁ କେତେ ଜଣ ପୁଣି ଟିକେଟ ପାଇବେ, ଆଉ କାହାର କଟିବ। କେତେ ନୂଆ ମୁହଁ ଆସିବେ, କେଉଁ ଆଧାରରେ ଟିକେଟ ବଣ୍ଟନ ହେବ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା।

୨୦୧୪ରେ ବିଜେଡିରୁ ଥିଲେ ୨୦ ଲୋକସଭା ସାଂସଦ। ସେଥିରୁ ୨୦୦୯ରେ ଜିତିଥିବା ପ୍ରାର୍ଥୀ ଥିଲେ ୮ଜଣ। ୬ ସିଟିଂ ଏମପିଙ୍କ ଟିକେଟ୍ କଟିଥିଲା। ୬୨ ପ୍ରତିଶତ ନୂଆ ଚେହେରାଙ୍କୁ ସୁଯୋଗ ଦେଇଥିଲା ଦଳ। ଆଗକୁ ସ୍ପଷ୍ଟ ହେବ ୨୦୧୯ରେ କେଉଁ କେଉଁ ସ୍ଥାନରେ ନୂଆ ମୁହଁ ଦେବ ବିଜେଡି ଓ କେଉଁଠି ରିପିଟ କରିବ। ଏଥିରେ ପ୍ରଥମେ ସାଂସଦଙ୍କ ଲୋକପ୍ରିୟତା କେତେ ତାର ଅନୁଧ୍ୟାନ କରାଯିବ। ଏହାସହ ସାଂସଦଙ୍କ ନିଜ ନିର୍ବାଚନୀ କ୍ଷେତ୍ରରେ ବିଧାୟକଙ୍କ ସହ ସମ୍ପର୍କ କିପରି ରହିଛି ତାହା ଏକ ବଡ଼ ଫ୍ୟାକ୍ଟର ହେବ।

bjd

ତୃତୀୟରେ ଦଳ ପ୍ରତି ଆନୁଗତ୍ୟର ପରୀକ୍ଷା ମଧ୍ୟ ହେବ। କାରଣ ୨୦୧୯ରେ ଏକ ଝୁଲା ସରକାର କେନ୍ଦ୍ରରେ ହେବ ବୋଲି ଅନେକ ସର୍ଭେ ଅନୁମାନ କରୁଛନ୍ତି। ତେଣୁ ବିଭିନ୍ନ ଦଳର ସାଂସଦ ଉପରେ ଚାପ ରହିବା ସ୍ୱାଭାବିକ। ସେ ଦୃଷ୍ଟିରୁ ୨୦୧୪ର ସମସ୍ତଙ୍କ ସାଂସଦଙ୍କ ଟ୍ରାକ୍ ରେକର୍ଡ ଯାଞ୍ଚ ହେବ। ଗତ ଲୋକସଭା ସମୟରେ କିଏ ଅନ୍ୟ ତଳ ପ୍ରତି ଆକୃଷ୍ଟ ହୋଇଛନ୍ତି? ଆଉ କିଏ ଦଳ ଡେଇଁବାକୁ ଚେଷ୍ଟା କରିଛନ୍ତି? ତାଙ୍କ ଉପରେ ତର୍ଜମା କରାଯିବା ଏକ ରକମ ନିଶ୍ଚିତ।

ବିଜେଡିରୁ ନିଲମ୍ବନ ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ ପଣ୍ଡା। ତାଙ୍କ ସ୍ଥାନରେ କେନ୍ଦ୍ରାପଡ଼ାରୁ ନୂଆ ପ୍ରାର୍ଥୀ ଦେବ ବିଜେଡି। ସେହିପରି ମୟୂରଭଞ୍ଜ ସାଂସଦ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେବ ବିଜେଡି। ଏଥର ପ୍ରାର୍ଥୀ ଚୟନ ବେଳେ କାହା ନାଁରେ ଗୁରୁତର ଅପରାଧିକ ମାମଲା ରହିଛି କି? ମାମଲା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରହିଛି କି? ଏ ସବୁର ମଧ୍ୟ ତର୍ଜମା ଆରମ୍ଭ କରିଦେଇଛି ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.