ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ

ଭୁବନେଶ୍ବର(କେନ୍ଯୁଜ୍): ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ । ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ପିପିଲି ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥୀ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଶପଥ ନେବା ପରେ କାଲିଠୁ କାମ କରିବି ବୋଲି କହିଛନ୍ତି ରୁଦ୍ର । ବାପାଙ୍କ ଅଧୁରା କାମ ପୂରଣ କରିବା ସହ ପିିପିଲିବାସୀଙ୍କ ସୁଖ, ଦୁଃଖରେ ସାଥି ହେବି ବୋଲି ରୁଦ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.