ଭୁବନେଶ୍ୱର ଆଇଜି ପାର୍କରେ ବଜ୍ରକାପ୍ତା ଡିଲ୍‌: ମାଡି ବସିଲା STF, ବେପାରୀ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ବଜ୍ରକାପ୍ତା ଡିଲ୍‌। ଆଇଜି ପାର୍କରେ ଡିଲ୍‌ ବେଳେ ମାଡି ବସିଲା STF । ଜଣେ ବଜ୍ରକାପ୍ତା ବେପାରୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ଏସଟିଏଫର ୫ଜଣିଆ ଟିମ୍‌ ଗ୍ରାହକ ହୋଇ ବେପାରୀ ସହ ମୂଲଚାଲ କରିଥିଲେ।

ବଜ୍ରକାପ୍ତା କାତି ପାଇଁ ମଧ୍ୟ ହୋଇଥିଲା ମୂଲଚାଲ। ଗିରଫ ବେପାରୀ ସହ ବଜ୍ରକାପ୍ତା କାତି ଓ ଗୋଟିଏ ବାଇକ ଜବତ କରାଯାଇଛି। ଗିରଫ ବେପାରୀ ଠାରୁ ସୂଚନା ଆଧାରରେ ଅନ୍ୟ ସ୍ଥାନରେ ଚଢଉ ଜାରି ରଖିଛି ଏସଟିଏଫ। ବାହାରକୁ ଚାଲାଣ ପାଇଁ ଯୋଜନା ବେଳେ ସୂଚନା ପାଇ ଆଇଜି ପାର୍କରୁ ଗିରଫ କରିଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.