Below header

ଆଜିଠୁ ୫ଟି ପର୍ଯ୍ୟାୟରେ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ବର: ଆଜିଠୁ ୫ଟି ପର୍ଯ୍ୟାୟରେ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜିଠୁୁ ୧୩ ଜାନୁଆରୀ ମଧ୍ୟରେ ହେବ । ଏହି ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତରେ ସଭାପତି ସହ କମିଟି ସଭ୍ୟ ଓ ନଗରାଞ୍ଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪ ଜାନୁଆରୀରୁ ୨୯ ଜାନୁଆରୀ ଯାଏ ଚାଲିବ । ଏଥିରେ ବ୍ଲକ ସଭାପତି, ଏନଏସି ସଭାପତି ନିର୍ବାଚନ ହେବ । ତୃତୀୟ ପର୍ଯ୍ୟାୟ ୩୦ ଜାନୁଆରୀରୁ ଫେବୃୟାରୀ ୧୫ ଯାଏଁ ଚାଲିବ । ଏଥିରେ ଜିଲ୍ଲା ସଭାପତି ପାଇଁ ନିର୍ବାଚନ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ ୧୬ ତାରିଖରେ ରାଜ୍ୟ ପରିଷଦ ସଭ୍ୟପଦ ପାଇଁ ହେବ । ପଞ୍ଚମ ତଥା ଶେଷ ପର୍ଯ୍ୟାୟ ୨୩ ପେବୃୟାରୀରୁ ଆରମ୍ଭ ହୋଇ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.