Below header

ଚଳିତ ସପ୍ତାହରେ ବଢିପାରେ ଟ୍ରେନ୍‌ ଭଡା, ଟିକେଟ୍‌ ଦାମ୍‌ ୫ ପଇସାରୁ ୪୦ ପଇସା ପର୍ଯ୍ୟନ୍ତ ହୋଇପାରେ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ବଢିପାରେ ଟ୍ରେନ୍‌ ଭଡା । ଟ୍ରେନ୍‌ରେ ଯାତ୍ରା କରିବା ହୋଇପାରେ ମହଙ୍ଗା । ସବୁ ପ୍ରକାର ଟ୍ରେନ୍‌ ପାଇଁ ଟିକେଟ୍‌ ଦାମ୍‌ ୫ ପଇସାରୁ ୪୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଗତ ନଭେମ୍ବର ମାସରୁ ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଞ୍ଜୁରୀ ମିଳି ସାରିଛି । ହେଲେ ଝାଡଖଣ୍ଡ ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ଘୋଷଣା କରାଯାଇନଥିଲା । ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ରେଳବାଇର ଆୟ ପ୍ରଭାବିତ ହୋଇଛି । ରେଳବାଇ ରାଜସ୍ୱ ସ୍ଥିତିରେ ସୁଧାର ଆଣିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ହେଲେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଦୀର୍ଘ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୀର୍ଘ ଦିନ ହେବ ଯାତ୍ରୀ ଭଡା ବୃଦ୍ଧି କରାଯାଇନଥିଲା । ଯାତ୍ରୀ ଭଡା ବୃଦ୍ଧି କରାଯାଉଥିବା ବେଳେ ମାଲ୍‌ ଭଡା ବୃଦ୍ଧି କରିବାର କୌଣସି ସମ୍ଭାବନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.