ଚାଷୀଙ୍କ ପାଇଁ ବିଧାନସଭା ହୁଲୁସ୍ତୁଲ, ରାଜ୍ୟପାଳଙ୍କୁ ଭେଟିବାକୁ ବିଜେଡ଼ି ନେତା ରାଜଭବନ ଯାଏଁ ଚାଲି ଚାଲି ଗଲେ

କେନ୍ୟୁଜ୍(ବ୍ୟୁରୋ): ଚାଷୀଙ୍କ ପାଇଁ ବିଧାନସଭା ହୁଲୁସ୍ତୁଲ। ଶାସକ ଓ ବିରୋଧୀ ମୁହାଁମୁହିଁ। ବିଧାନସଭା ଭିତରେ ପରେ ବାହାରେ ଚାଷୀଙ୍କୁ ନେଇ ବିଜେଡି ଓ ବିଜେପି ଗର୍ଜିଛନ୍ତି। କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଉଭୟଙ୍କୁ ସମାଲୋଚନା କରିଛି କଂଗ୍ରେସ।

ବିଧାନସଭା ଆରମ୍ଭରୁ ଗୃହରେ ହୋ ହାଲ୍ଲା । ପୋଡିୟମ ତଳେ ଚାଲିଥିଲା ନାରବାଜି। ପରେ ବିଧାନସଭା ପରିସରରେ ବିକ୍ଷୋଭ,ଧାରଣା। ଆଜି ଏମିତି ଦୃଶ୍ୟ ବିଧାନସଭା ଭିତରେ ଓ ବାହାରେ ଦେଖିବାକୁ ମିଳିଥିଲା। ତା ପରେ ରାଜଭବନ ଓ ଗାନ୍ଧିମାର୍ଗ ଯାଇ ବିଜେଡି ଓ ବିଜେପି ଚାଷୀଙ୍କୁ ନେଇ ହଲ୍ଲାବୋଲ କରିଛନ୍ତି। ଶୁନ୍ୟକାଳରେ ଗୃହ ମୁଲତବୀ ପରେ ବିଧାନସଭାରୁ ବିଜେଡି ବିଧାୟକମାନେ ଚାଲି ଚାଲି ରାଜଭବନ ଯାଇଥିଲେ। ବିଧାୟକଙ୍କ ହାତରେ ବ୍ୟାନର, ନାରବାଜିରେ କଂପିଥିଲା ବିଧାନସଭାରୁ ରାଜଭବନ। MSP ବୃଦ୍ଧି,ଉଷୁନା ଚାଉଳ ଉଠେଇବା, ଚାଷୀଙ୍କୁ ସାର ଠିକ ସମୟରେ ଯୋଗାଇ ନ ଦେବା,ଚାଷୀଙ୍କୁ ବୀମା ଅର୍ଥ ଦେବାରେ ବିଳମ୍ବ କରିବା ଆଦି ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।

ଗୃହ ବାହାରେ ବ୍ୟାନର ପୋଷ୍ଟର ଧରି ବିକ୍ଷୋଭ କରିଥିଲେ ବିଜେପି ବିଧାୟକ। ତା ପରେ ବିଧାୟକ ମାନେ ବିଧାନସଭାରୁ ଚାଲି ଚାଲି ଲୋୟର ପିଏମଜିରେ ବିଜେପିର ଧାରଣା ସ୍ଥଳରେ ପହଞ୍ଚିଥିଲେ। ସବସିଡି ବିଳମ୍ବରେ ଦେବା, ମଣ୍ଡି ଅବ୍ୟବସ୍ଥା,ଫସଲ ବୀମା ଯୋଜନାରେ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁ ଚାଷୀ ହଇରାଣ ହେଉଛନ୍ତି। କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। କିଛି ଦିନ ହେଲା ବିଧାନସଭା ବାହାରେ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଥିଲେ। ବିଧାନସଭାରେ ପୁଣିଥରେ ଚାଷୀଙ୍କୁ ନେଇ ତମ୍ବିତୋଫାନ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.