ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ଯାଜପୁର ବିଜେପିକୁ ବଡ଼ ଝଟକା,ବିଜେଡି ସହ ଲଢିବେ ନାହିଁ ୨୯ ନଂ ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ  

ଯାଜପୁର(କେନ୍ୟୁଜ୍): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାରର ପ୍ରଥମ ଦିନରେ ଯାଜପୁରରେ ବିଜେପିକୁ ବଡ ଝଟକା ଲାଗିଛି । ଜିଲ୍ଲାର ୨୯ ନଂ ଜୋନର ଜିଲାପରିଷଦ ପ୍ରାର୍ଥୀ ଭାସ୍କର ଯେନା ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଆଜି ସକାଳେ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିଲେ । ଫଳରେ ଏହି ଜୋନରେ ବିଜେପି ଜିଲ୍ଲାପରିଷଦ ଜୋନରେ ଲଢ଼ିପାରିବ ନାହିଁ । ଯାହାକୁ ନେଇ ଶାସକ ବିଜୁ ଜନତା ଦଳ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିିଛି । ବିଜେଡି ସହିତ ଲଢ଼ିବା ପାଇଁ ବିଜେପି ପ୍ରାର୍ଥୀ ମାନେ ସାହାସ ଜୁଟାଇପାରୁନଥିବା କହିଛି ବିଜେଡି ।

ସେପଟେ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ହେବା ନେଇ ସଠିକ୍ ସୂଚନା ନଥିବା କହିଛି ବିଜେପି । ଭାସ୍କର ଜଣେ ଜିଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତ ଏବଂ ଜାତୀୟ ପରିଷଦର ସଦସ୍ୟ ହୋଇଥିଲେ ହେଁ କେଉଁ କାରଣରୁ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.