ଜାଣନ୍ତୁ ଶୀତ ଦିନରେ କେମିତି ନେବେ ନିଜ ସ୍ମାର୍ଟ ଫୋନର ଯତ୍ନ, ନହେଲେ ଖରାପ ହୋଇପାରେ ଫୋନ୍
![smartphone](https://knewsodisha.com/wp-content/uploads/2022/01/Picture-Credit-USA-Today.jpg)
ଶୀତ ଦିନରେ ନିଜକୁ ସୁସ୍ଥ ଏବଂ ସୁରକ୍ଷିତ ରଖିବା ପାଇଁ ଲୋକମାନେ ବହୁତ କିଛି କରନ୍ତି । ଯାହା ଦ୍ଵାରା ସେମାନେ କୌଣସି ଅସୁବିଧାର ସାମ୍ନା କରନ୍ତି ନାହିଁ। କିନ୍ତୁ ଖାଲି ନିଜ ଶରୀରର ଯତ୍ନ ନେଲେ ହେବନି ନିଜ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୁଏ, ଯେମିତି ଗାଡ଼ି ଓ ନିଜର ଫୋନ୍। କାରଣ ଏହା ଆମ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଜିନିଷ। ଆମ ପାଖେ ସ୍ମାର୍ଟ୍ ଫୋନ୍ ରହିଲେ ଆମେ ଅନେକ କିଛି କାମ ଅତି ସହଜରେ କରିଥାଉ।
ପୁଣି ଆଜିର ଆଧୁନିକ ସମୟରେ ମୋବାଇଲ୍ ମଧ୍ୟ ଏପରି ଏକ ଜିନିଷ ଅଟ, ଯାହା ଆମର ଅନେକ କିଛି କାମ କରିଦିଏ। ତେଣୁ ଶୀତ ଦିନରେ ଏହାର ମଧ୍ୟ ଯତ୍ନ ନେବା ଦରକାର । ଯାହାକି ଅନେକ ଲୋକ ଭୁଲି ଯାଆନ୍ତି।ଯେଉଁଥିପାଇଁ ଏହା ନଷ୍ଟ ହୋଇଯାଏ। ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ।
ଖାସ କରି ବ୍ୟାଟେରୀ ଉପରେ ପ୍ରଭାବ ପଡିଥାଏ।
ଟେକ୍ ବିଶେଷଜ୍ଞଙ୍କ ଅନୁଯାୟୀ, 0 ° C ପର୍ଯ୍ୟନ୍ତ ତାପମାତ୍ରାରେ ଫୋନ୍ ଭଲ କାମ କରେ, କିନ୍ତୁ ତାପମାତ୍ରା ମାଇନସ୍ ପହଞ୍ଚିବା ମାତ୍ରେ ସ୍ମାର୍ଟଫୋନର ବ୍ୟାଟେରୀ ଖରାପ ହେବା ଆରମ୍ଭ କରେ। ଯାହାକୁ ଆମେ ଡେଡ ଫୋନ୍ ବୋଲି କହିଥାଉ। ଅଧିକାଂଶ ଫୋନରେ ଲିଥିୟମ୍-ଆୟନ ବ୍ୟାଟେରୀ ବ୍ୟବହାର ହେଇଥାଏ, ଯେଉଁ କାରଣରୁ ମର୍କୁରୀ ହ୍ରାସ ହେଲେ ବ୍ୟାଟେରୀର ଚାର୍ଜିଂ କ୍ଷମତା ହ୍ରାସ ହୋଇଥାଏ।ଏହାପରେ ଫୋନ୍ ଗୁଡ଼ିକର ଇଣ୍ଟରନାଲ୍ ଷ୍ଟୋରେଜ ଖରାପ ହୋଇଯାଏ।
ଏମିତିକି ଫୋନର ସ୍କ୍ରିନ୍ ଏବଂ ସ୍ପିକର ଠିକ୍ ଭାବେ କାମ କରେନି । ଯାହେ ଦ୍ଵାରା ଫୋନର ସ୍କ୍ରିନ୍ ଖରାପ ହେବାକୁ ଲାଗେ । ତେଣୁ ଶୀତ ଦିନରେ ନିଜ ଫୋନକୁ ଗରମ ସ୍ଥାନରେ ରଖିବା ଉଚିତ। ଯାହାଦ୍ୱାରା ଏହାର ତାପମାତ୍ରା ଠିକ୍ ରହିବା। ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଫୋନକୁ ଏକ ପାୱାର ବ୍ୟାଙ୍କ ସହିତ ସଂଯୁକ୍ତ ରଖନ୍ତୁ । କୁହୁଡ଼ି ସ୍ଥାନରେ ଫୋନ୍ ବାହାର କରିବା ଠିକ୍ ହେବ ନାହିଁ । ପୁଣି ଅଧିକ ସମୟ ପର୍ଯ୍ୟନ୍ତ ଫୋନ୍ ଚାର୍ଜ କଲେ ମଧ୍ୟ ଠିକ୍ ନୁହେଁ ତେଣୁ ଆପଣ ଫୋନ୍ କମ୍ପାନୀ ଅନୁଯାୟୀ ଏହାକୁ ଚାର୍ଜ କରିବା ଦରକାର।ଏହି କାରଣରୁ ଫୋନରେ ଆର୍ଦ୍ରତା ହେବାର ଭୟ ଅଛି | ଏହା ବ୍ୟତୀତ, ଆପଣ ନିଜ ଫୋନରେ ଏକ ଭଲ କେସ୍ ମଧ୍ୟ ରଖିପାରିବେ |