Below header

ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କୁ ନେଇ ସସ୍‌ପେନ୍ସ ଜାରି, ବିଜେପୁର ଉପ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ଅସନ୍ତୋଷ ପ୍ରକାଶ

ବିଜେପୁର(କେନ୍ୟୁଜ୍): ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କୁ ନେଇ ସସ୍‌ପେନ୍ସ ଜାରି । ବିଜେପୁର ଉପ ନିର୍ବାଚନରେ ଦଳୀୟ ଟିକେଟରୁ ବଞ୍ଚିତ ହେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଶୋକ ପାଣିଗ୍ରାହୀ । ଏନେଇ ସେ ପ୍ରତିକ୍ରିୟା ଦେଇ କହିଥିଲେ, ଆଗକୁ କ’ଣ ହେବ, ତାହା କର୍ମୀ ନିଷ୍ପତ୍ତି ନେବେ । କର୍ମୀ ଯାହା ନିଷ୍ପତ୍ତି ନେବେ ତାହା କରିବି । ବିଜେପି ଚଳିତ ଥର ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଛି । ଅଶୋକ ପାଣିଗ୍ରାହୀ କହିଥିଲେ, ସିଏ ଯୋଗ୍ୟ ପ୍ରାର୍ଥୀ ହୋଇଥିବେ । ସଂସଦୀୟ ବୋର୍ଡ ହୁଏତ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିବେ ।

ଅଶୋକ ପାଣିଗ୍ରାହୀ ୨୦୦୦ ମସିହାରେ ବିଜେଡିରୁ ବିଜେପୁର ବିଧାୟକ ହୋଇଥିଲେ । ୨୦୧୪ରେ ଟିକେଟ୍‌ ମିଳିନଥିବାରୁ ବିଜେଡି ପ୍ରତି ଦୂରତା ବଢିଥିଲା । ୨୦୧୮ ବିଜେପୁର ଉପନିର୍ବାଚନ ବେଳେ ସେ ବିଜେପିରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ । ହେଲେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କଠାରୁ ହାରି ଯାଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ଟିକେଟ୍‌ ମିଳିନଥିଲା । ଏବେ ପୁଣି ବିଜେପୁରରେ ଉପନିର୍ବାଚନ ହେଉଥିବା ବେଳେ ତାଙ୍କୁ ଟିକେଟ୍‌ ମିଳିନାହିଁ । ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.