ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ଘଟଣା, ସିଂହଦ୍ୱାର ଥାନାରେ ତଦନ୍ତ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ଘଟଣାରେ ସିଂହଦ୍ୱାର ଥାନାରେ ଏତଲା ଦାୟର । ଭାଇରାଲ୍‌ ହୋଇଥିବା ଫଟୋ ସମ୍ପର୍କିତ ତଦନ୍ତ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲାରେ ଉଲ୍ଲେଖ କରାଯାଇଛି । ଆନନ୍ଦବଜାରରେ ଓଡ଼ିଆ ଫିଲ୍ମ ହିରୋଇନ୍‌ ଦିବ୍ୟା ସପରିବାର ସହ ବସି ମହାପ୍ରସାଦ ଖାଉଥିବାର ଫଟୋ ଭାଇରାଲ୍‌ ହୋଇଥିଲା । ତେବେ କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ କିପରି ଗଲା ବୋଲି ପ୍ରଶ୍ନ ଉଠିଥିଲା । ସେପଟେ ଫଟୋ ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଥିଲେ ଦିବ୍ୟା । କହିଥିଲେ, ଶ୍ରୀମନ୍ଦିରର କିଛି ବି ନିୟମ ଭାଙ୍ଗିନି । ମୁଁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ସମ୍ମାନ କରେ । ମୁଁ ଓ ମୋ ପରିବାର ଲୋକ ସମସ୍ତେ ମୋବାଇଲ୍‌ କାଉଣ୍ଟରରେ ରଖି ଶ୍ରୀମନ୍ଦିର ଭିତରକୁ ଯାଇଥିଲୁ । ଜଣେ ଅଭିନେତ୍ରୀ ହୋଇଥିବାରୁ ଆନନ୍ଦ ବଜାରରେ କିଛି ଲୋକ ମୋ ସହ ଫଟୋ ଉଠାଇଥିଲେ । ହେଲେ କିଏ ଫଟୋ ଭାଇରାଲ କରିଛି, ଜାଣି ନାହିଁ ବୋଲି କହିଛନ୍ତି ଦିବ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.