Below header

ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି:ମୋହନ ମାଝୀ

ଭୁବନେଶ୍ବର(କେନ୍ୟୁଜ୍):  ବିଜେପି ବିଧାୟକ ମୋହନ ମାଝୀଙ୍କ ବଡ଼ ପ୍ରତିକ୍ରିୟା । ମହମ୍ମଦ ମୋକିମଙ୍କ ସହ କଂଗ୍ରେସର ଆଉ ଜଣେ ବିଧାୟକ ବି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି ।

ତେବେ କିଏ ସେହି ବିଧାୟକ ଆସନ୍ତାକାଲି ପର୍ଦ୍ଦଫାସ୍‌ ହେବ ବୋଲି କହିଛନ୍ତି ମୋହନ ମାଝୀ । ମୋକିମ ପରେ ଆଉ ୮ ଜଣ ବିଧାୟକ କଂଗ୍ରେସରେ ଅଛନ୍ତି । ଏହି ୮ ଜଣଙ୍କ ମଧ୍ୟରୁ କେଉଁ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍‌ ଦେଇଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବିଜେପିର ଏ ଦାବିକୁ ଅସ୍ୱୀକାର କରିଛି କଂଗ୍ରେସ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.